ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି ମୃତ୍ୟୁ ସଂଖ୍ୟା । ଦିନକରେ ପୁଣି ୧୧ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁକୁ ନେଇ ମୃତ୍ୟୁ ସଂଖ୍ୟା ୫୦୩ ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଜାଣନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ଜିଲ୍ଲାରୁ କେତେ ମୃତ ।
ଅନୁଗୁଳ ଜିଲ୍ଲାରୁ ୪ ଜଣ, ବାଲେଶ୍ୱର ୧୧ ଜଣ, ବରଗଡ ୯ଜଣ, ଭଦ୍ରକ ୮ ଜଣ, ବଲାଙ୍ଗୀର ୫ ଜଣ, କଟକ ୩୨ ଜଣ, ଢେଙ୍କାନାଳ ୨ ଜଣ, ଗଜପତି ୧୮ ଜଣ, ଗଞ୍ଜାମ ୧୯୧ ଜଣ, ଜଗତସିଂହପୁର୫ ଜଣ, ଯାଜପୁର ୬ ଜଣ, ଝାରସୁଗୁଡା ୧ ଜଣ, କଳାହାଣ୍ଡି ୨ ଜଣ, କନ୍ଧମାଳ ୧୧ ଜଣ, କେନ୍ଦ୍ରାପଡା ୩ ଜଣ, କେନ୍ଦୁଝର ୬ ଜଣ, ଖୋର୍ଦ୍ଧା ୬୭ ଜଣ, କୋରାପୁଟ ୩ ଜଣ, ମାଲକାନଗିରି ୭ ଜଣ, ମୟୁରଭଞ୍ଜ ୫ ଜଣ, ନବରଙ୍ଗପୁର ୨ ଜଣ, ନୟାଗଡ ୧୩ ଜଣ, ପୁରୀ ୧୫ଜଣ, ରାୟଗଡା ୨୫ଜଣ, ସମ୍ବଲପୁର ୧୪ ଜଣ, ସୁବର୍ଣ୍ଣପୁର ୨ ଜଣ, ସୁନ୍ଦରଗଡ ୩୬ଜଣଙ୍କର ମୃତ୍ୟୁ ହୋଇଛି ।
୨୭ ଜିଲ୍ଲାରୁ କରୋନା ମୃତକ ବାହାରିଥିବା ବେଳେ ଏଥିରୁ ବାଦ ପଡ଼ିଛି ୩ ଜିଲ୍ଳା । ସେଗୁଡ଼ିକ ହେଉଛି ବୌଦ୍ଧ, ଦେବଗଡ଼, ନୂଆପଡ଼ା ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0