ବଲିଉଡ଼ ଖିଲାଡ଼ି ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ଏବଂ ରଣବୀର ସିଂହଙ୍କ ପିଲ୍ମ ‘83’ ର ଅପେକ୍ଷା କରିଥିବା ଦର୍ଶକଙ୍କ ପାଇଁ ଖୁସିଖବର । ଦୀର୍ଘ ଦିନର ଅପେକ୍ଷା ପରେ ଏହି ଦୁଇଟି ଫିଲ୍ମ ରିଲିଜ ହେବାକୁ ଯାଉଛି । ଏହି ଖବର ଶୁଣିବା ପରେ ଯେତିକି ଖୁସି ଦର୍ଶକମାନଙ୍କୁ ଅଛି ସେତିକି ଖୁସି ମଲଟିପ୍ଲସ ଫିଲ୍ମ ମାଲିକଙ୍କୁ୍ ମଧ୍ୟ ହେଉଛି । ଏନେଇ ଫିଲ୍ମ ହଲ୍ର ମାଲିକ ସୋସିଆଲ ମିଡ଼ିଆରେ ନିଜର ଖୁସି ଜାହିରି କରିବା ସହ ଫିଲ୍ମ ରିଲିଜ ହେବାକଥା ଘୋଷଣା କରିଛନ୍ତି । 
କରୋନା ଭାଇରସ୍ ପାଇଁ ପୁରା ଦେଶରେ ଲକଡ଼ାଉନ ଯାରି ରହିବା ଦ୍ୱରା ସମସ୍ତ ସିନେମାହଲ୍ ବନ୍ଦ ରହିଛି । କିନ୍ତୁ ସିନେମାହଲ୍ ନଖୋଲି ଥିଲେ ମଧ୍ୟ ଏଦି ୨ଟି ଫିଲ୍ମ ରିଲିଜର ଘୋଷଣା ହେବା ପରେ ପରିସ୍ଥିତି ଠିକ୍ ହେବାର ଆଶା ମନରେ ଜାଗି ଉଠିଛି । ଲକଡ଼ାଉନ୍ ଯୋଗୁ ଅନେକ ଛୋଟ ବଡ଼ ଫିଲ୍ମ ଓଟିଟି ଜରିଆରେ ରିଲିଜ ହେବାକଥା ଘୋଷଣା ହେଉଥିବା ନେଇ ଥିଏଟର ମାଲିକମାନେ ଚିନ୍ତାରେ ପଡିଛନ୍ତି । ଏନେଇ ଫିଲ୍ମ ନିର୍ମାତା ଏବଂ ନିଦେ୍ର୍ଦଶକ ଏହି ଫିଲ୍ମ ହଲ୍ରେ ରଲିଜ୍ ହେବା କଥା ପୂର୍ବରୁ ଘୋଷଣା କରିଥିଲେ । 
କାର୍ନିବାଲ ସିନେମା ଏବଂ ପିବିଆର ସିନେମା ଙ୍କ ତରଫରୁ ସୋସିଆଲ ମିଡ଼ିଆରେ ପୋଷ୍ଟ ଅନୁଯାଇ ରୋହିତ ସେଟ୍ଟୀଙ୍କ ନିଦେ୍ର୍ଦଶିତ ଫିଲ୍ମ‘ସୂର୍ଯ୍ୟବଂଶୀ’ ଆଗାମୀ ଦୀପାବଳୀରେ ରିଲିଜ ହେବାକୁ ଥିବାବେଳେ କବୀର ଖାନ୍ ଙ୍କ ନିଦେ୍ର୍ଦଶିତ ଫିଲ୍ମ ‘୮୩’ ଖ୍ରୀଷ୍ଟିମାସରେ ରିଲିଜ ହେବ ।
ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ କ୍ୟାଟି୍ରନା କୈଫ୍ଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ପ୍ରଥମେ ଚଳିତ ବର୍ଷ ଗତ ମାର୍ଚ୍ଚ ୨୪ରେ ରିଲିଜ୍ ହେବାକୁ ଥିବାବେଳେ ସେହିପରି ରଣବୀର ସିଂହ ଦୀପିକା ପାଦୁକୋନ ଏବଂ ହାରଦୀ ସିନ୍ଧୁ ଙ୍କ ଅଭିନିତ ଫିଲ୍ମ ‘୮୩’ ଗତ ଏପ୍ରଲି ୧୦ରେ ରିଲିଜ ହେବାର ଥିଲା ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0