spot_img

ଖାଦ୍ୟରେ ସାମିଲ କରନ୍ତୁ ଚଣା, ଡାଇବେଟିଜ୍ ଠାରୁ କବଚ ଭଳି ଅନେକ ରୋଗ ହେବ ଦୂର

ସାଧାରଣତଃ ରାତି ଖାଦ୍ୟପରେ ସକାଳର ଜଳଖିଆ ବହୁତ ମହତ୍ତ୍ୱ ରଖିଥାଏ । କାରଣ ପେଟ ପାଇଁ ଏହା ସବୁଠାରୁ ଲମ୍ବା ସମୟ ବ୍ୟବଧ୍ୟାନରେ ଖିଆଯାଇଥାଏ । ଏହିକାରଣରୁ ସକାଳର ଜଳଖିଆରେ ପୋଷଣ ଯୁକ୍ତ ଖାଦ୍ୟ ଭୋଜନ କରିବା ନିତ୍ୟାନ୍ତ ଜରୁରୀ । ଅଧିକାଂଶ ଲୋକମାନେ ପ୍ରାୟତଃ ସକାଳର ଖାଦ୍ୟରେ ଚଣା ସାମିଲ କରିଥାନ୍ତି । ବିଶେଷରୂପେ ଚଚ୍ଚାରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ ରହିଥାଏ । ଏଥିସହ ଏଥିରେ କାର୍ବୋହାଇଡ୍ରେଟ, ପ୍ରୋଟିନ, ଫାଇବର, କ୍ୟାଲସିୟମ, ଆଇରନ, ଭିଟାମିନ ଏବଂ ମିନେରାଲ ରହିଥାଏ । ଏହା ଅନେକ ରୋଗ ସହ ଲଢିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏଥିସହ ରକ୍ତ ସଫା ହେବା ସହ ମସ୍ତିଷ୍କ ତେଜ୍ ରହିଥାଏ । ପ୍ରତ୍ୟେକ ଦିନ ଖାଦ୍ୟରେ ଚଣା ସାମିଲ କରିବା ଦ୍ୱାରା ଅନେକ ପ୍ରକାର ଲାଭ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଚଣା ଖାଇବା ଅନ୍ୟ କେଉଁ ଫାଇଦା ମିଳିଥାଏ ।

Kala-chanaସକାଳର ଖାଦ୍ୟରେ ଚଣା ସାମିଲ କରିବା ଦ୍ୱାରା ପୁରା ଶରୀରରେ ଭରପୂର ଶକ୍ତି ରହିଥାଏ । ଏହାକୁ ସେବନ କରିବା ଦ୍ୱାରା କାର୍ଯ୍ୟକ୍ଷମତା ବୃଦ୍ଧି ପାଇବା ସହ ମନ ଏବଂ ମସ୍ତିଷ୍କ ଶାନ୍ତ ରହିଥାଏ । ଏନେି ରାତିରେ ଶୋଇବା ପୂର୍ବରୁ ଏକ ମୁଠା ଚଣା ପାଣିରେ ଭିଜାଇ ରଖି ସକାଳେ ସେବନ କରନ୍ତୁ।
ଯଦି ଆପଣଙ୍କର ଡାଇବେଟିଜ୍ ଭଳି ସମସ୍ୟା ରହିଥାଏ ତେବେ ପ୍ରତ୍ୟେକ ଦିନ ଡାଏଟରେ ନିଶ୍ଚିନ୍ତ ଚଣା ସାମିଲ କରନ୍ତୁ । ପ୍ରତ୍ୟେକ ଦିନ ୨୫ ଗ୍ରାମ ଚଣା ଭିଜାି ରଖିବା ପରେ ସକାଳୁ ଖାଲି ପେଟରେ ସେବନ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କର ଡାଇବେଟିଜ୍ ସମସ୍ୟା ଦୂର ହେବା ସହ ଶରୀର ଆକ୍ଟିଭ୍ ରହିଥାଏ ।

featureସେହିଭଳି ରାତିରେ ଚଣାକୁ ଭିଜାଇ ସକାଳୁ ତାକୁ ପାଣିରୁ ଛାଣି ସେଥିରେ ଅଦା, ଜୀରା ଏବଂ ଲୁଣ ମିଶାଇ ସେବନ କରନ୍ତୁ । ଏପରି ସେବନ କରିବା ଦ୍ୱାରା କବଚ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ଏହାବ୍ୟତୀତ ଫାଇବରର ମାତ୍ରା ଅଧିକ ହେବା କାରଣରୁ ପାଚନ ତନ୍ତ୍ରରେ ଦେଖାଯାଉଥିବା ସମସ୍ୟାରୁ ରକ୍ଷା କରିବାରେ ମଧ୍ୟ ଲାଭକାରୀ ହୋଇଥାଏ ଚଣା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular