ଦକ୍ଷିଣ ଆଫ୍ରିକାର ଜନସଂଖ୍ୟା ଏବଂ କ୍ଷେତ୍ରଫଳ ଭାରତ ତୁଳନାରେ ସମାନ ନୁହେଁ କିନ୍ତୁ ଭାରତ ତୁଳନାରେ ଦକ୍ଷିଣ ଆଫ୍ରିକାର ସ୍ଥିତି ବହୁତ ଅଧିକ ଖରାପ । କରୋନା ଭଳି ମହାମାରୀ ପରିସ୍ଥିତିରେ ସମଗ୍ର ବିଶ୍ୱରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରଯାଇଛି । ଏନେଇ ଦକ୍ଷିଣ ଆଫ୍ରିକାରେ ଖେଳାଳୀମାନଙ୍କୁ ଅଭ୍ୟାସ କରିବା ପାଇଁ ଅନୁମତି ମିଳିବା ସବୁଠାରୁ ବଡ ଆଶ୍ଚର୍ଯ୍ୟକର କଥା । ରିପୋର୍ଟ ଅନୁଯାୟୀ ଦକ୍ଷିଣ ଆଫ୍ରିକାର ଖେଳାଳୀ କମ ଲୋକରେ ଅଭ୍ୟାସ କରିପାରିବେ । ଏଥିସହ ତାଙ୍କ ପାଖରେ ଟିମ ର କୋଚ ତାଙ୍କ ସହ ରହିବେ ।
ଅଭ୍ୟାସ ସମୟରେ କ୍ରିକେଟ ଦକ୍ଷିଣ ଆଫ୍ରିକାର କରୋନା ଭାଇରସ ସଂଚାଳନ୩ ସମିତି ଦ୍ୱାରା ନିର୍ଧାରିତ କରାଯାଇଥିବା ସୂଚନା ସମ୍ପୂର୍ଣ୍ଣ ରୂପେ ପାଳନ କରାଯିବ । ଦକ୍ଷିଣଆଫ୍ରିକା କପ୍ରିକଟେର ମୁଖ୍ୟ ଚିକିତ୍ସକ ଅଧିକାରୀ ସୁଏବ ମାଂଜରା କହିଛନ୍ତି, “ରାଷ୍ଟ୍ରିୟ ସଂକ୍ରମକ ରୋଗ ସଂସ୍ଥାନ ଆମର ପ୍ରୋଟକଲକୁ ଅନୁମତି ପ୍ରଦାନ କରିଛି । ଆମେ ନିୟମିତ ରୂପେ ସମସ୍ତ ଖେଳାଳୀ ଏବଂ ସହଯୋଗୀ ଷ୍ଟାଫଙ୍କୁ ଯାଞ୍ଚ କରିବା ସହ ପରିଷ୍କାର ପରିଚ୍ଛନତା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବୁ । ଏନେଇ ସଠିକ୍ ଭାବେ ନିୟମ ପାଳନ ହେଉଛି କି ନାହିଁ ସେ ନେଇ ପ୍ରତ୍ୟେକ ସ୍ଥାନରେ କୋଭିଡ ଅନୁପାଳନ ମ୍ୟାନେଜର ରହିବେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0