ଭାରତ-ଚୀନ ବର୍ଡରରେ ସ୍ଥିତି ଅଶାନ୍ତ ରହିଛି । ଚୀନର ତିନି ଥର ଅନୁପ୍ରବେଶକୁ ଭାରତ ରୋକିବାରେ ସମର୍ଥ ହେବା ପରେ ବର୍ଡରରେ ଦୁଇ ପକ୍ଷରୁ ସୈନିକ ମୁତୟନ ହୋଇଛନ୍ତି । ଗୋଟେ ପଟେ ଚୀନ କଥାବାର୍ତ୍ତ ମାଧ୍ୟମରେ ସମାଧାନର ପ୍ରସ୍ତାବ ଦେଉଥିବା ବେଳେ ଅନ୍ୟପଟେ ଅନୁପ୍ରବେଶ କରି ନିଜର ଅସଲ ରୂପ ଦେଖାଇଛି । ଗତ କିଛି ଦିନ ଧରି ଭାରତ-ଚୀନ ବିବାଦର ସମାଧାନ ପାଇଁ ବ୍ରିଗେଡିୟର ସ୍ତରରେ ସମାଧାନ ପାଇଁ ଆଲୋଚନା ଚାଲିଥିବା ବେଳେ ଚୁମାରରେ ଚୀନ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା । ମିଳିଥିବା ସୂଚନା ଅନୁସାରେ ଚୀନର ୭-୮ଟି ବଡ଼ ବଡ଼ ଗାଡ଼ି ଭାରତ ସୀମା ଆଡ଼କୁ ଆସିବାକୁ ଲାଗିଲେ । କିନ୍ତୁ ଚେପୁଜି କ୍ୟାମ୍ପ୍ ପାଖରେ ଭାରତୀୟ ସେନାର ଜବାନମାନେ ପୂର୍ବରୁ ପ୍ରସ୍ତୁତ ରହିଥିବାରୁ ସେମାନଙ୍କୁ ଆଗକୁ ବଢ଼ିବାକୁ ଦେଇନଥିଲେ । ବର୍ତ୍ତମାନ ଭାରତୀୟ ସେନା ପକ୍ଷରୁ ସେହି ଅଞ୍ଚଳରେ ସେନା ମୁତୟନ କରି ଦିଆଯାଇଛି । ଚୀନର ବାରମ୍ବାର ଏପରି ପ୍ରୟାସ ପରେ ଭାରତୀୟ ସେନା ହାଇ ଆଲର୍ଟରେ ଅଛି । ଚୀନର ଏହି ଅନୁପ୍ରବେଶ ବାବଦରେ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଏନଏସଏ ଅଜିତ ଡୋଭାଲ ବରିଷ୍ଠ ଅଧିକାରୀଙ୍କ ସହ କଥାବାର୍ତ୍ତା କରି ସ୍ଥିତି ବିଷୟରେ ଜାଣିଛନ୍ତି । ବର୍ଡରର ଚୁଶୁଲରେ ଏବେମଧ୍ୟ ବ୍ରିଗେଡିୟର ସ୍ତରୀୟ କଥାବାର୍ତ୍ତା କରି ସମସ୍ୟାର ସମାଧାନ ନିମନ୍ତେ କଥା ବାର୍ତ୍ତା ଜାରି ରହିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0