spot_img

ବାହାର ଶବକୁ ସ୍ୱର୍ଗଦ୍ୱାର ମନା..

ପୁରୀ : ପୁଣି ସେପ୍ଟେମ୍ବର ୩୦ ଯାଏ ସ୍ୱର୍ଗଦ୍ୱାରରେ ଶବସଂସ୍କାର ପାଇଁ ବାହାର ଜିଲ୍ଲା ଓ ରାଜ୍ୟକୁ ମନା । ପୂର୍ବରୁ ଏ ନେଇ ମଧ୍ୟ କଟକଣା ଜାରି ହୋଇଥିଲା । କରୋନା ମହାମାରୀକୁ ଆଖି ଆଗରେ ରଖି ଶବସଂସ୍କାର ଉପରେ ପ୍ରିତିବନ୍ଧକ ଲଗାଯାଇଥିଲା । ପୁରୀ ଜିଲ୍ଲା ବାହାରୁ ଆସୁଥିବା ମୃତ ବ୍ୟକ୍ତିଙ୍କ ଶବସଂସ୍କାର ହୋଇ ପାରୁନଥିଲା । କରୋନା ସ୍ଥିତିକୁ ନଜରରେ ରଖି ପୁରୀ ଜିଲ୍ଲାପାଳ ଏହି କଟକଣାକୁ ପୁଣି ମାସେ ବଢାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । କେବଳ ପୁରୀ ଜଲ୍ଲାବାସୀ ଶବସଂସ୍କାର କରିପାରିବେ । ସମସ୍ତ କରୋନା କଟକଣାକୁ ମାନି ଶବସଂସ୍କାର କରାଯିବ । କରୋନା ସ୍ଥିିତିକୁ ଦେଖି ଏଭଳି ନଷ୍ପିତ ନେଇଛି ପୁରୀ ପ୍ରସାଶନ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular