ଦେଶରେ ଆଜି ଲଞ୍ଚ ହେବ ରେଡମି ୯ଏ । ରେଡମି ୯ ସିରିଜର ରେଡମି ୯ ଓ ରେଡମି ୯ ପ୍ରାଇମ ପରେଏହା ତୃତୀୟ ମଡେଲ । ଏହାର ଲଞ୍ଚ ଇଭେଣ୍ଟକୁ ଷ୍ଟ୍ରିମିଙ୍ଗ ଶାଓମିର ସୋଶିଆଲ ମିଡ଼ିଆରେ ଲାଇଭ୍ ଷ୍ଟ୍ରିମିଙ୍ଗ କରାଯିବ । ଦ୍ୱିପ୍ରହର ୧୨ଟାରେ ଏହାର ଲଞ୍ଚ କରାଯିବ । ଜୁନ୍ ଶେଷରେ ରେଡମି ୯ଏକୁ ମାଲେସିଆରେ ରେଡମି ୯ସି ସହ ପେଶ କରାଯାଇଥିଲା । ଏହି ସ୍ମାର୍ଟଫୋନ ୱାଟର ଡ୍ରପ୍ ଷ୍ଟାଇଲରେ ୫୦୦୦ କ୍ଷମତା ବିଶିଷ୍ଟ଼ ବ୍ୟାଟେରି ସୁବିଧା ମିଳିବ । ଭାରତରେ ରେଡ ମି୯ଏ କୁ ଗତ ସେପ୍ଟେମ୍ବରରେ ଲଞ୍ଚ ହୋଇଥିବା ରେଡମି ୮ଏ ଅପଗ୍ରେଡ କରାଯାଇ ଲଞ୍ଚ କରାଯିବ । ରେଡମି ୯ଏ ଜିବି, ୬୪ ଜିବି ଓ ୪ ଜିବି ଓ ୧୨୮ ଜିବିରେ ଉପଲବ୍ଧ ହେବ । ଏହି ଫୋନ୍ ନେଚର ଗ୍ରୀନ୍, ସି ବ୍ଲୁ ଓ ମିଡ଼ନାଇଟ୍ ବ୍ଲାକରେ ଉପଲବ୍ଧ ହେବ । ୬.୫୩ ଇଞ୍ଚଏଚଡି, ୱାଟର ଡ୍ରପ୍ ଡିସପ୍ଲେ , ଅକ୍ଟା କାର୍ ମିଡ଼ିଆ ଟେକ୍ ହେଲିଓ ଜି ୨୫ ପ୍ରୋସେସର, ୧୩ ଏମପି କ୍ୟାମେରା ଓ ୫୦୦୦ କ୍ଷମତା ବିଶିଷ୍ଟ ବ୍ୟାଟେରି ସୁବିଧାରେ ମିଳିବ ରେଡମି ୯ଏ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0