spot_img

ଆଇଟିବିପି ଜବାନଙ୍କ ବଦାନ୍ୟତା, ୨୫ କିମି ଶବ ବୋହି ପରିଜନକୁ କଲେ ହସ୍ତାନ୍ତର

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଚୀନ ଅଧିକୃତ ତିବ୍ୱତ ସୀମାରେ ମୁତୟନ ଥିବା ଜବାନମାନେ ଏକ ମୃତକର ଶବକୁ ପ୍ରାୟ ୨୫ କିମି ବୋହି ରାସ୍ତା ଯାଏଁ ପହଞ୍ଚାଇଥିଲେ । ଉତ୍ତରାଖଣ୍ଡର ପିଥୌରାଗଡ଼ ଜିଲ୍ଲାର ସୀମାନ୍ତ ଗ୍ରାମ ସ୍ୟୁନିରେ ଏକ ୩୦ ବର୍ଷୀୟ ସ୍ଥାନୀୟ ଯୁବକର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଶବ ପଡି ରହିଥିବାର ଖବର ଆଇଟିବିପି ଜବାନଙ୍କ ପାଖରେ ପହଞ୍ଚିଥିଲା । ୩୦ ଅଗଷ୍ଟ ୨୦୨୦ରେ ସେମାନଙ୍କ ପାଖରେ ଖବର ପହଞ୍ଚିବା ପରେ ସେମାନେ ଶବକୁ ସୁରକ୍ଷିତ କରିଥିଲେ । ପାହାଡରେ ପ୍ରବଳ ବର୍ଷା ଯୋଗୁଁ ଯାନବାହାନ ଚଳାଜଳ ସମ୍ପୂର୍ଣ୍ଣ ବନ୍ଦ ଥିଲା । ସ୍ଥାନୀୟ ଲୋକମାନଙ୍କଠାରୁ ପରିସ୍ଥିତି ବିଷୟରେ ଜାଣିିବା ପରେ ସ୍ୟୁନିରୁ ପ୍ରାୟ ୨୫ କିମି ଦୂର ମୁନସ୍ୟାରି ଯାଏ ଶବକୁ ଷ୍ଟ୍ରେଚରରେ ବୋହି ପରିଜନଙ୍କ ପାଖରେ ପହଞ୍ଚାଇଥିଲେ । ପ୍ରାୟ ୮ ଜଣ ଜବାନ ପାଳି କରି ଏହି ଶବକୁ ବୋହି ରାସ୍ତା ଯାଏ ପହଞ୍ଚିଥିଲେ ଓ ପରେ ତାଙ୍କ ପରିବାର ପାଖରେ ପହଞ୍ଚି ଶବକୁ ହସ୍ତାନ୍ତର କରିଥିଲେ । ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular