spot_img

ସେପ୍ଟେମ୍ବର ୭ରୁ ଦିଲ୍ଲୀରେ ଗଡ଼ିବ ମେଟ୍ରୋ

ସେପ୍ଟମ୍ବର ୭ରୁ ଦିଲ୍ଲୀରେ ମେଟ୍ରୋ ଟ୍ରେନ୍ ଚଳାଚଳ ଆରମ୍ଭ ହେବ । ମିଳିଥିବା ସୂଚନା ଅନୁସାରେ ଉପରାଜ୍ୟପ।।ଳ ଅନିଲ ବୈଜଲ କେଜରିୱାଲ ସରକାରଙ୍କ ପ୍ରସ୍ତାବକୁ ମାନି ନେଇଛନ୍ତି । ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ପକ୍ଷରୁ ହୋଇଥିବା ବୈଠକରେ ଏହି ନିର୍ଣ୍ଣୟ ନିଆଯାଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ଅନଲକ-୦୪ରେ ମେଟ୍ରୋ ସେବାକୁ ସବୁଜ ସଙ୍କେତ ଦେବାର ଦିନକ ପରେ ଦିଲ୍ଲୀ ସରକାର ରବିବାର ମେଟ୍ରୋ ଷ୍ଟେସନର ତାଲିକା ପ୍ରସ୍ତୁତ ହେଉଥିବା ନେଇ ସୂଚନା ଦେଇଥିଲେ । କରୋନା ସଙ୍କଟ ଯୋଗୁଁ ପ୍ରାୟ ପାଞ୍ଚ ମାସରୁ ଉର୍ଦ୍ଧ୍ୱ ସମୟ ଧରି ମେଟ୍ରୋ ଚଳାଚଳ ବନ୍ଦ ରହିଥିଲା । ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାସ ଗେହଲଟ ଏନେଇ ଖୁସି ଜାହିର କରିଛନ୍ତି । ଦିଲ୍ଲୀର ଲୋକମାନେ ପୁଣି ଥରେ ମେଟ୍ରୋ ସେବା ପାଇପାରିବେ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular