ବାୟୁସେନାର ଅମ୍ବାଲା ବେସରେ ମୁତୟନ ଥିବା ଫାଇଟର ପ୍ଲେନ ରାଫେଲର ସୁରକ୍ଷା ପାଇଁ ଏୟାର ମାର୍ଶାଲ ମାନବେନ୍ଦ୍ର ସିଂହ ହରିୟାଣାର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଏୟାର ମାର୍ଶାଲ ରାଫେଲ ବିମାନ ଉପରେ ଉଡୁଥିବା ପକ୍ଷୀ ବିମାନକୁ କ୍ଷତି ପହଞ୍ଚାଇ ପାରନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ମାର୍ଶାଲଙ୍କ ଚିଠି ପରେ ସହର ନିର୍ଦ୍ଦେଶାଳୟ ବାୟୁସେନା ବେସର ୧୦ କିମି ପରିସର ମଧ୍ୟରେ ପକ୍ଷୀ ଉଡାଉଥିବା ଲୋକମାନଙ୍କ ନୋଟିସ ଜାରି କରିଛି । ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଏହା ପୂର୍ବରୁ ହରିୟାଣାର ଅମ୍ବାଲାରେ ଭାରତୀୟ ବାୟୁସେନା ଷ୍ଟେସନକୁ ଉଡାଇବା ପାଇଁ ଧମକପୂର୍ଣ୍ଣ ଚିଠି ମିଳିଥିଲା । ଏହାପରେ ସେଠାକାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଥିଲା ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0