କେନ୍ଦୁଝର : କେନ୍ଦୁଝରରେ ଧରାପଡିଲେ ଜାଲ ପ୍ରମାଣ ପତ୍ର ଦେଇ ଚାକିରୀ କରିଥିବା ୧୨ ଜଣ ବିଇଡି ଡିଗ୍ରୀଧାରୀ ଚୁକ୍ତିଭିତ୍ତିକ ଶିକ୍ଷକ । ଚୁକ୍ତି ଭିତ୍ତିକ ଶିକ୍ଷକମାନେ ୩ ବର୍ଷ ଚାକିରୀ କରିବା ପରେ କନିଷ୍ଠ ଶିକ୍ଷକଙ୍କ ମାନ୍ୟତା ପାଇଥାନ୍ତି । ଏହି କ୍ରମରେ ଶିକ୍ଷକମାନଙ୍କର ପ୍ରମାଣ ପତ୍ର ଯାଞ୍ଚ ହେଉଥିବା ସମୟରେ ୧୨ ଜଣ ଶିକ୍ଷକଙ୍କର ପ୍ରମାଣ ପତ୍ର ଜାଲ ବୋଲି ଜଣାପଡିଛି । ଏମାନଙ୍କ ସମସ୍ତଙ୍କର ପ୍ରମାଣ ପତ୍ର କୁରୁକ୍ଷେତ୍ର, ଗୌହାଟୀ ଓ ବୁନ୍ଦେଲଖଣ୍ଡ ୟୁନିଭରସିଟିର ବୋଲି ଜଣାପଡିଛି ।
ଏହି ୧୨ ଜଣଙ୍କ ମଧ୍ୟରୁ ୪ ଜଣ ଶିକ୍ଷୟିତ୍ରୀ ଓ ୮ ଜଣ ଶିକ୍ଷକ ରହିଛନ୍ତି । ଏମାନେ ସମସ୍ତେ ଏବେ ଜିଲ୍ଲାର ଯୋଡା, ବାଂଶପାଳ, ଘଷିପୁରା ଓ ହରିଚନ୍ଦନପୁର ଇତ୍ୟାଦି ବ୍ଲକର ବିଭିନ୍ନ ସ୍କୁଲରେ କାର୍ୟ୍ୟରତ ଅଛନ୍ତି । ଏହି ଜାଲ ପ୍ରମାଣ ପତ୍ର କଥା ଜଣା ପଡିବା ପରେ ସଂପୃକ୍ତ ଅଞ୍ଚଳରେ ବିଇଓମାନଙ୍କୁ ଏହି ଶିକ୍ଷକମାନଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ଜିଲ୍ଲା ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ନିର୍ଦ୍ଦେଶ ଦେଇଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0