କରଞ୍ଜିଆ: ଶିମିଳିପାଳ ଜଙ୍ଗଲରୁ ଏକ ହାତୀ ଶାବକର ମୃତଦେହ ଉଦ୍ଧାର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଜଙ୍ଗଲରେ । ମୟୁରଭଞ୍ଜ ଜିଲ୍ଲା ଯଶିପୁରଠାରୁ ୧୮ କି.ମି. ଦୂରରେ ଅବସ୍ଥିତ ଶିମିଳିପାଳ ଜଙ୍ଗଲ ।
ସୂଚନା ମୁତାବକ, ଶିମିଳିପାଳ ବନାଞ୍ଚଳର ଜାତୀୟ ଉଦ୍ୟାନ ରେଞ୍ଜ ଅନ୍ତର୍ଗତ ଜାମୁଆଣି ସେକ୍ସନର ରାଜପାଳ ଗ୍ରାମ ନିକଟରେ ହାତୀ ଶାବକର ମୃତଦେହ ଉଦ୍ଧାର ହୋଇଛି । ତୁରନ୍ତ ଖବର ପାଇ ଯଶୀପୁର ଜାତୀୟ ଉଦ୍ୟାନ ରେଞ୍ଜ ଅଧିକାରୀ, ଏସିଏଫ୍ ପ୍ରମୁଖ ସମ୍ପୃକ୍ତ ଅଞ୍ଚଳରେ ପହଞ୍ଚି ହାତୀ ଶାବକର ମୃତଦେହ ଉଦ୍ଧାର କରିଥିଲେ । ହାତୀ ଛୁଆର ବୟସ ୨ରୁ ୩ ବର୍ଷ ହେବା ବୋଲି ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ହାତୀ ଶାବକଟିର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହା ଆନ୍ଥ୍ରାକ୍ସଜନିତ ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0