ରାଜସ୍ଥାନ: ରାଜସ୍ଥାନର ଥର ମରୁଭୂମିରୁ ଲକ୍ଷେ ୭୨ ହଜାର ବର୍ଷ ପୁରୁଣା ଏକ ମୃତ ନଦୀ ଠାବ କରାଯାଇଛି । ଏନେଇ ଏକ ଆନ୍ତର୍ଜାତୀକ ଟିମ ପକ୍ଷରୁ ସ୍ଫଷ୍ଟ କରାଯାଇଛି । ତେବେ ପ୍ରସ୍ତର ଯୁଗରେ ଏହି ନଦୀଟି ରାଜସ୍ଥାନର ଥର ମରୁଭୂମି ଦେଇ ପ୍ରଭାହିତ ହେଉଥିବାର ସୂଚନା ମିଳିଛି । ଅନ୍ୟପଟେ ଏହି ନଦୀଟିକୁ ଥର ମରୁଭୂମିୁର ‘ଲାଇଫ ଲାଇନ’ ଭାବେ କୁହାଯାଉଥିଲା । ସୂଚନା ଅନୁସାରେ, ଜର୍ମାନୀର ‘ମାକ୍ସ ପ୍ଲାଙ୍କ ଇନଷ୍ଟିଚୁ୍ୟଟ ଫର ସାଇନସ ଅଫ ହୁ୍ୟମାନ ହିଷ୍ଟି୍ର’, ଓ ଚେନ୍ନାଇର ଆନ୍ନା ବିଶ୍ୱବିଦ୍ୟାଳୟ ଏବଂ କଲିକତାର ଆଇଆଇଏସଇଆରର ଗବେଷକମାନେ ଏହି ମୃତ ନଦୀ ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0