ମୁମ୍ବାଇ: ରହସ୍ୟମୟ ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ପୁଣି ଆଜି ଏକ ମୋଡ ସୃଷ୍ଟି ହୋଇଛି । ଅଭିନେତା ସୁଶାନ୍ତ ସିଂହଙ୍କ ନାମରେ ମିଥ୍ୟା ଖବର ପ୍ରଚାର କରୁଥିବା ଜଣେ ଓକିଲଙ୍କୁ ଗିରଫ କରିଛି ଆଜି ମୁମ୍ବାଇ ପୁଲିସ । ସୂଚନା ଅନୁସାରେ, ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମିଥ୍ୟା ଖବର ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବାକୁ କେନ୍ଦ୍ରକରି ପୁଲିସର ସାଇବର ସେଲ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ଅଭିଯୁକ୍ତ ଓକିଲଙ୍କ ନାମ ବିଭୋର ଆନନ୍ଦ । ତାଙ୍କୁ ଆଇପିସି ଓ ଆଇଟି ଆକ୍ଟ ଜରିଆରେ ଗିରଫ କରାଯାଇଛି । ମୁମ୍ବାଇ କ୍ରାଇମ୍ବ୍ରାଞ୍ଜ ଡିସିପି ଆକବର ପଠାନଙ୍କ କହିବା ଅନୁସାରେ, ବିଭୋର ଆନନ୍ଦ ସୁଶାନ୍ତ ଓ ଦିଶାଙ୍କ ମୃତ୍ୟୁ ମାମଲାରେ ଭିତ୍ତିହୀତ ଥଓରି ପ୍ରସ୍ତୁତ କରି ପ୍ରସାର କରୁଥିଲା। ଏହାସହ ମୁମ୍ବାଇ ପୁଲିସ ସମ୍ପର୍କରେ ଅଭଦ୍ର ଟିପ୍ପଣୀ କରୁଥିବାର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଓକିଲଜଣଙ୍କ କେବଳ ମୁମ୍ବାଇ ପୁଲିସର ନୁହେଁ ବରଂ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରି ଆପତ୍ତିଜନକ ପୋଷ୍ଟ ସୋସିଆଲ୍ ମିଡିଆରେ କରୁଥିଲେ। ତେବେ ତାଙ୍କୁ ଦିଲ୍ଳୀରୁ ଗିରଫ କରିବା ପରେ ମୁମ୍ବାଇ କ୍ରାଇମ୍ବ୍ରାଞ୍ଚ ଆଣିଛି ବୋଲି ଗଣମାଧ୍ୟମ ନିକଟରେ ସ୍ଫଷ୍ଟ କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0