ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାଗୁଆର ଲ୍ୟାଣ୍ଡ ରୋଭର ନିଜର ଇଲେକ୍ଟ୍ରିକ୍ କାର ଜାଗୁଆର ଆଇ-ପେସ୍କୁ ଲଞ୍ଚ୍ କରିବା ନେଇ କମ୍ପାନୀ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରିଛି । ତେବେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହି କାରକୁ କମ୍ପାନୀ ଭାରତୀୟ ବଜାରରେ ଛାଡୁଛି ବୋଲି ସୂଚନା ଦେଇଛି । ସ୍ୱଦେଶୀ କମ୍ପାନୀ ଟାଟା ମୋଟର୍ସର ମାଲିକାନାରେ ଏହି କମ୍ପାନୀ ରହିଛି । ତେଣୁ ଲୋକଙ୍କୁ ଉଚିତ ଦାମରେ ଗାଡି ମିଳିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି । ଏହା ସହ କମ୍ପାନୀ ଲ୍ୟାଣ୍ଡ୍ ରୋଭରରେ ଏସୟୁଭି ମଡେଲ ମଧ୍ୟ ଲଞ୍ଚ୍ କରିବ ବୋଲି ଜାଗୁଆର ଲ୍ୟାଣ୍ଡ୍ ରୋଭର ଇଣ୍ଡିଆର ମୁଖ୍ୟ ରୋହିତ ସୂରୀ ସ୍ଫଷ୍ଟ କରିଛନ୍ତି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0