spot_img

କୋଭିଡ ସଂକ୍ରମଣକୁ ଜଟିଳ କରିବ ବାୟୁ ପ୍ରଦୂଷଣ

ନୂଆଦିଲ୍ଳୀ: ସାରା ଦେଶରେ କୋଭିଡ ସ୍ଥିତି ସୁଧୁରି ନଥିବା ବେଳେ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି । ତେବେ ଦିଲ୍ଲୀର ଏଭଳି ସ୍ଥିତିକୁ ନେଇ ବୈଜ୍ଞାନିକ ଓ ଡାକ୍ତରମାନେ କଡା ଚେତାବନୀ ଦେଇଛନ୍ତି । ତାଙ୍କର କହିବା ଅନୁସାରେ, ବାୟୁ ପ୍ରଦୂଷଣ କୋଭିଡ ସମସ୍ୟାକୁ ଅଧିକ ଜଟିଳ କରିଦେବ । କରୋନାର ସବୁଠୁ ବଡ ସମସ୍ୟା ହେଉଛି ଶ୍ୱାସକ୍ରି୍ରୟାରେ ସମସ୍ୟା । ଏଭଳି ସ୍ଥିତିରେ ଯଦି କୋଭିଡ ସଂକ୍ରମିତ ରୋଗୀ ଖରାପ ବାୟୁ ସଂସ୍ପର୍ଶରେ ଆସିବେ ତେବେ ତାଙ୍କର ମୃତୁ୍ୟ ହୋଇଯାଇପାରେ । କରୋନା ଫୁସଫୁସରେ କ୍ଷତି ପହଞ୍ଚାଉଛି । ବାୟୁ ପ୍ରଦୂଷଣ ବି ଫୁସଫୁସରେ ସାଂଘାତିକ କ୍ଷତି ପହଞ୍ଚାଉଛି । ତେଣୁ କରୋନା ସହ ଦୂଷିତ ବାୟୁ ଅଧିକ ସମସ୍ୟା ସୃଷ୍ଟି କରିବ ବୋଲି ଦିଲ୍ଲୀରେ ଜଣେ ଚେଷ୍ଟ ସର୍ଜନ ଡ.ଅରବିନ୍ଦ କୁମାର କହିଛନ୍ତି । ଅନ୍ୟପଟେ ଭାରତ ଏବେ ମୁଖ୍ୟ ଦ ୁଇଟି ସମସ୍ୟାର ସାମ୍ନା କରୁଛି । ପ୍ରଥମଟି ହେଲା କରୋନା ଏବଂ ଦ୍ୱିତୀୟରେ ହେଲା ବାୟୁ ପ୍ରଦୂଷଣ । ଯଦି ଏଦୁଇଟି ଦିଗରେ ଯଥାଶୀଘ୍ର ପଦକ୍ଷେପ ନିଆ ନଯାଏ ତେବେ ଆଗକୁ ଦେଶରେ କରୋନା ସ୍ଥିତି ବଢିବ ବୋଲି ସନେ୍ଦହ ଉପୁଜୁଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular