ରାଇରଙ୍ଗପୁର : ଗଛରୁ ପଡି ସଫେଇ କର୍ମଚାରୀଙ୍କ ମୃତ୍ୟୁ । ମୟୁରଭଞ୍ଜ ଜିଲ୍ଲାରୁ ରାଇରଙ୍ଗପୁର ସହରର ପୁରୁଣାଘାଟି ଅଞ୍ଚଳରେ ଘଟିଛି ଘଟଣା । ମୃତ ଯୁବକଙ୍କ ନାମ କୁନା ବେହେରା ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଯୁବକଜଣଙ୍କ ଡାଳ କାଟିବାକୁ ଗଛରେ ଚଢିଥିଲେ । କିନ୍ତୁ ଡାଳ କାଟୁଥିବା ସମୟରେ ଭାରସାମ୍ୟ ହରାଇ ଗଛରୁ ପଡି ଯାଇଥିଲେ କୁନା । ମୃତ ଯୁବକଜଣଙ୍କ କୁନା ବେହେରା , ଯିଏକି ରାଇରଙ୍ଗପୁର ପୌରପାଳିକାରେ ସଫେଇ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ । ତେବେ ଅତ୍ୟଧିକ ମଦ୍ୟପାନ ପାଇଁ ଏଭଳି ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକଙ୍କ ପକ୍ଷରୁ ସୂଚନା ମିଳିଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ପୋଲିସ ମଧ୍ୟ ମାମଲାରେ ତଦନ୍ତ ଜାରି ରହିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0