ଜୟପୁର: ଜୟପୁର ପୌରପାଳିକାରେ ବେଟେରୀ ଚାଳିତ ଅଳିଆ କଢ଼ା ଯାନ ଉଦଘାଟିତ । ତେବେ ଜୟପୁରରେ ଏସ.ଏଚ. ଜି ମହିଳାମାନଙ୍କୁ ଆତ୍ମନିଭର କରାଇବା ପାଇ ଜୟପୁର ପୌରପାଳିକା ଠାରେ ବେଟେରୀ ଜନିତ ଅଳିକଢ଼ା ଯାନ ଉଦଘାଟିତ ହୋଇଛି । ଏହି ଯାନକୁ ବିଧାୟକ ତାରା ପ୍ରସାଦ ବାହୀନପତି ଶୁଭଉଦଘାଟନ କରିଥିଲେ । ଏହାର ରକ୍ଷଣାବେକ୍ଷଣା ପାଇଁ ସେ ଏସ ଏଚ ଜି ଗୃପ ଓ କିନ୍ନର ମାନଙ୍କୁ ଦାୟିତ୍ୱ ଦେବା ପାଇଁ ପୌର ଅଧିକାରୀଙ୍କୁ ନିବେଦନ କରିଥିଲେ । ଆଗାମୀ ଦିନରେ ପୁରା ସହର କିପରି ସ୍ୱଚ୍ଛ ଓ ନିର୍ମଳ ରହିବ ସେନେଇ ଉପଜିଲ୍ଲାପାଳ ହେମାକାନ୍ତ ସଏ ସହରବାସୀଙ୍କୁ ନିବେଦନ କରିଛନ୍ତି । ଏହି ଗାଡ଼ିରେ ଶୁଖିଲା ଓ ଓଦା ଅଳିଆ ଅଲଗା ଅଲଗା ନେବାର ସୁବିଧା ରହିଛି । ଏଥି ସହିତ ଅଳିଆ ଆବର୍ଜ୍ଜନାକୁ ଏକାଠି କରି ପରବର୍ତ୍ତୀ ସମୟରେ କମ୍ଫୋଷ୍ଟ କରି ଖତ ପ୍ରସ୍ତୁତ କରାଯିବାର ଲକ୍ଷ୍ୟ ରଖାଯାଇଛି । ଆଜି ୧୨ଟି ଗାଡ଼ି ଉଦଘାଟିତ ହୋଇଥିବା ବେଳେ ସପ୍ତାହ ମଧ୍ୟରେ ଅଉ ଅଠଟି ଗାଡ଼ି ଆସିବାର ଯୋଜନା ରହିଛି । ଏନେଇ ସୂଚନା ଦେଇଛନ୍ତି ସ୍ଥାନୀୟ ପୌର ଅଧିକାରୀ ।



Visitors Today : 3
Total Visitors : 130184
Total Views : 9891636
Visitors Online Now : 0