ଢେଙ୍କାନାଳ: ଢେଙ୍କାନାଳ କାମାକ୍ଷାନଗର ରାସ୍ତାର ତୁମୁସିଙ୍ଗା ଥାନା ଅନ୍ତର୍ଗତ ଖଟୁଆହତା ଠାରେ ଏକ କାର ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵ କଲଭର୍ଟରେ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ କାରରେ ଥିବା ଦୁଇଜଣ ମହିଳା ମୃତ ହୋଇ ଥିବାବେଳେ ଅନ୍ୟଜଣେ ମହିଳା ଗୁରୁତର ହୋଇଛନ୍ତି । ତେବେ ଏହି ଦୁର୍ଘଟଣାରେ ମୃତ ଦୁଇ ମହିଳାଙ୍କ ମଧ୍ୟରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି
ମୃତକ ହେଲେ କାମାକ୍ଷାନଗର ଥାନା ମଠକରଗୋଳା ବାଲିସାହି ଗ୍ରାମର ଲକ୍ଷ୍ମୀ ନାୟକ ଓ ନିରେଇ ଦାସ। ଗୁରତର ମହିଳା ଜଣଙ୍କ ପୁଷ୍ପାଞ୍ଜଳି ବେହେରା। ଘଟଣାସ୍ଥଳରେ ଲକ୍ଷ୍ମୀଙ୍କର ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ନିରେଇଙ୍କର ମୃତ୍ୟୁ ହୋଇଛି।
ଏମାନେ ସମସ୍ତେ ଏକ ଇଣ୍ଡିଗୋ କାର ଯୋଗେ ଢେଙ୍କାନାଳରୁ କାମ ସାରି ଘରକୁ ଫେରୁଥିବା ସମୟରେ ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟରାସ୍ତା ଖଟୁଆହାତା ଛକ ନକଟରେ ଭାରସମ୍ୟ ହରାଇ କାରଟି କଲଭଟରେ ପିଟିହୋଇ ରାସ୍ତା ତଳକୁ ଓଲଟି ପଡିଥିଲା। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ଢେ଼ଙ୍କାନାଳ ମେଡିକାଲ ପଠାଇଥିବା ଜଣାପଡିଛି ।



Visitors Today : 3
Total Visitors : 130184
Total Views : 9891635
Visitors Online Now : 0