ମୁମ୍ବାଇ: ବରିଷ୍ଠ କ୍ରୀଡା ସମ୍ବାଦିକ ତଥା ଭାଷ୍ୟକାର କିଶୋର ଭିମାନୀଙ୍କ ପରଲୋକ ଘଟିଛି । ମୃତ୍ୟୁ ସମୟରେ ତାଙ୍କୁ ୮୦ ବର୍ଷ ହୋଇଥିବାର ସୂଚନା ମିଳିଛି । ତେବେ ସେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧିନ ଥିଲେ । ଏହା ସହ ତାଙ୍କର ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ରହିଥିବାର ସୂଚନା ମିଳିଛି । କ୍ରୀଡା ସାମ୍ବାଦିକ ଭାବରେ ସେ ସାରା ଦେଶରେ ବେଶ ଖ୍ୟାତି ଅର୍ଜନ କରିଥିଲେ । ଏହା ସହ ଭାଷ୍ୟକାର ଭାବେ ସେ ଅନେକ ଅନ୍ତର୍ଜାତୀୟ ମ୍ୟାଚ୍ରେ ଦାୟିତ୍ବ ନିର୍ବାହ ମଧ୍ୟ କରିଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0