spot_img

ମନୋଜ ଦାସଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପହଞ୍ଚିଲେ ୪ ଜଣିଆ ସ୍ୱତନ୍ତ୍ର ମେଡିକାଲ ଟିମ୍

ଭୁବନେଶ୍ୱର: ପଦ୍ମଭୂଷଣ ବିଭୂଷିତ ତଥା ପ୍ରଖ୍ୟାତ ସାହିତ୍ୟକ ମନୋଜ ଦାସଙ୍କ ଚିକିତ୍ସା ପାଇଁ ପହଁଚିଲେ ୪ ଜଣିଆ ସ୍ୱତନ୍ତ୍ର ମେଡିକାଲ୍ ଟିମ୍ । ପୁଡୁଚେରୀ ସ୍ଥିତ ଜବାହାରଲାଲ୍ ଇନଷ୍ଟିଚ୍ୟୁଟ ଅଫ୍ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ ଆଣ୍ଡ ରିସର୍ଚ୍ଚର ଡାକ୍ତରୀ ଟିମ୍ । ପ୍ରଫେସର ମନୋଜ ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରି ଚିକିତ୍ସା ପଦ୍ଧତି ନିର୍ଦ୍ଧାରଣ କରିବେ । ଲେଖକ ମନୋଜ ଦାସ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ସାଙ୍ଗକୁ ହାତ ଭାଙ୍ଗିଯିବାରୁ ୩ ମାସ ହେବ ପୁଡୁଚେରୀର ଶ୍ରୀ ଅରବିନ୍ଦ ଆଶ୍ରମ ନର୍ସିଂହୋମରେ ଚିକିତ୍ସାଧୀନ ଅଛନ୍ତି । ମନୋଜ ଦାସଙ୍କ ଚିକିତ୍ସା ପାଇଁ ଡାକ୍ତରୀ ଟିମ୍ ପଠାଇଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନକୁ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଅସୁସ୍ଥ ମନୋଜ ଦାସଙ୍କ ଆଶୁ ଆରୋଗ୍ୟ ପାଇଁ ଯଥା ସମ୍ଭବ ଚିକିତ୍ସା ସହାୟତା ଯୋଗାଇବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଅନୁରୋଧ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular