spot_img

ରାଜ୍ୟରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା , ୯୦୨ ଆକ୍ରାନ୍ତ ସହ ଶୀର୍ଷରେ ଖୋର୍ଦ୍ଧା ଜିଲ୍ଲା

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବେକାବୁ ହେଉଛି କରୋନା ସଂଖ୍ୟ । ୨୪ ଘଣ୍ଟା ମଧ୍ୟରେ ଆମ ରାଜ୍ୟ ଓଡ଼ିଶାର ୩୦ଟି ଜିଲ୍ଲାରୁ ୪ ହଜାର ୩ ଶହ ୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୫ ହଜାର ୪୫୨କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୪ ହଜାର ୩ ଶହ ୫୬ ଜଣ କରୋନା ପଜିଟିଭ୍‌ଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୫୨୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ଲୋକାଲ କେସ୍ ଅଛନ୍ତି ୧୮୨୭ ଜଣ । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୯୦୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , କଟକରୁ ୪୦୯ ଜଣ, ପୁରୀରୁ ୧୬୮ ଜଣ, ରାୟଗଡ଼ାରୁ ୧୨୧ଜଣ, ଭଦ୍ରକରୁ ୧୨୪ ଜଣ, ମୟୂରଭଞ୍ଜରୁ ୧୫୩ ଜଣ, ସୁନ୍ଦରଗଡ଼ରୁ ୧୦୧ ଜଣ, ବରଗଡ଼ରୁ ୧୦୬ ଜଣ, କେନ୍ଦୁଝରରୁ ୫୫ ଜଣ, ଗଞ୍ଜାମରୁ ୬୨ ଜଣ, ନବରଙ୍ଗପୁରରୁ ୫୮ ଜଣ, କେରାପୁଟରୁ ୮୨ ଜଣ, ସମ୍ବଲପୁରରୁ ୮୧ ଜଣ, ନୟାଗଡ଼ରୁ ୫୧ ଜଣ, ସୁବର୍ଣ୍ଣପୁରରୁ ୧୪ ଜଣ, ଜଗତସିଂହପୁରରୁ ୧୭୧ ଜଣ, ଅନୁଗୁଳରୁ ୧୯୭ ଜଣ, କେନ୍ଦ୍ରାପଡ଼ାରୁ ୧୧୯ ଜଣ, ବୌଦ୍ଧରୁ ୪୯ ଜଣ, ବଲାଙ୍ଗିରରୁ ୭୬ ଜଣ, ନୂଆପଡ଼ାରୁ ୧୭୩ ଜଣ, ଝାରସୁଗୁଡ଼ାରୁ ୧୨୦ ଜଣ, କଳାହାଣ୍ଡିରୁ ୭୧ ଜଣ, କନ୍ଧମାଳରୁ ୯୧ ଜଣ, ଦେବଗଡ଼ରୁ ୧୪ ଜଣ, ଯାଜପୁରରୁ ୧୩୬ ଜଣ, ଢ଼େଙ୍କାନାଳରୁ ୮୪ ଜଣ, ଗଜପତିରୁ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନାଗିରିରୁ ୨୮ ଜଣ ଓ ବାଲେଶ୍ୱରରୁ ୧୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular