spot_img

କିଡ୍ନି ରୋଗରେ ଆକ୍ରାନ୍ତ ୧୧ବର୍ଷ ବାଳକର ସହାୟତା ଦାବି

ନୟାଗଡ : ଖଣ୍ଡପଡା ସହର ,୮ନଂ ୱାର୍ଡ କୁମ୍ଭାରସାହିର ୧୧ ବର୍ଷ ର ବାଳକ ଶୋଭନ ମହାପାତ୍ରଙ୍କର ଡ଼ାହାଣ ପଟ କିଡ଼ିନି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି। କିଡ଼ିନି ରୋଗରେ ଆକ୍ରାନ୍ତ ଏହି ବାଳକର ଉପଯୁକ୍ତ ଚିକିତ୍ସା ର ଏବେ ଅର୍ଥ ବାଧକ ସାଜିଥିବା ଜଣାପଡିଛି। କଟକ ସ୍ଥିତ ବଡ଼ମେଡ଼ିକାଲ୍ ରେ ଶୋଭନର ଆସୁ ଚିକିତ୍ସା ଚାଲିଥିବା ବେଳେ ଶୋଭନର ଵାପା ବିନୋଦ କୁମାର ମହାପାତ୍ର ବିଭିନ୍ନ ସୂତ୍ରରୁ ଧାର ଉଦ୍ଧାର କରି ପୁଅର ଚିକିତ୍ସା ନିମନ୍ତେ ୫୦ ହଜାର ଟଙ୍କା ଖର୍ଚ୍ଚ କରିସାରିଲେଣି । ମାତ୍ର ପୁଅର ଚିକିତ୍ସା ନିମନ୍ତେ ଅଧିକ ଅର୍ଥର ଆବସ୍ୟଶ୍ୟକତା ଥିବାର ପରିବାର ବର୍ଗ ଏକରକମ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ରୋଗାକ୍ରାନ୍ତ ଶୋଭନ ଖଣ୍ଡପଡା ସରସ୍ଵତୀ ଶିଶୁବିଦ୍ୟାମନ୍ଦିରରେ ୫ମ ଶ୍ରେଣୀରେ ପାଠ ପଢୁଥିବା ଜଣାପଡ଼ିଛି। ମଧ୍ୟବିତ୍ତ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ଏହି ପିଲାଟି ଏକ ମେଧାବୀ ଛାତ୍ର ବୋଲି ବିଦ୍ୟାଳୟ ସୂତ୍ରରୁ ଜଣାପଡିଛି। କୋମଳମତି ବୟସରେ ପିଲାମାନଙ୍କ ସହ ଖେଳିବା,ବୁଲିବା ଓ ପାଠ ପଢିବା ସବୁକିଛି ଶୋଭନ ପାଇଁ ବନ୍ଦ ହୋଇଯାଇଛି। ଏବେ ହସ୍ପିଟାଲରେ ଭାଗ୍ୟକୁ ଆଦରି ଚିକିସôିତ ହେଉଥିବା ବେଳେ ଏକମାତ୍ର ପୁଅର ଏପରି ଅବସ୍ଥାକୁ ଦେଖି ପରିବାର ଲୋକଙ୍କ ଆଖିରୁ ସଦା ସର୍ବଦା ଲୁହଝରୁଛି। ପୁଅର ଉପଯୁକ୍ତ ଚିକିତ୍ସା ନିମନ୍ତେ ଅର୍ଥ ବାଧକ ସାଜିଥିବା ବେଳେ ସରକାରୀ ଓ ବେସରକାରୀ ସ୍ତରରୁ ସହାୟତା ପ୍ରାପ୍ତି ନିମନ୍ତେ ଉକ୍ତ ନାବାଳକର ପରିବାର ବର୍ଗ ଆଶା ରଖିଛନ୍ତି। ସେହିପରି କେହି ସହୃଦୟ ବ୍ୟକ୍ତିବିଶେଷ ନାବାଳକର ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ରାଶି ପ୍ରଦାନ କରିବାକୁ ଇଚ୍ଛୁକଥିଲେ ଉକ୍ତ ମୋବାଇଲ ନଂ -୮୪୮୦୯୪୨୮୭୦ ରେ ଯୋଗାଯୋଗ କରିବାକୁ ପରିବାର ବର୍ଗ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular