କଳାହାଣ୍ଡି :କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ମାଇହାତୀର ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ ବନଖଣ୍ଡ ଅଧିକାରୀ ପହଞ୍ଚି ଛାନ୍ଭିନ୍ ଜାରି ରଖିଛନ୍ତି ।
କର୍ଲାପାଟ ଅଭୟାରଣ୍ୟ ଘୁଷୁରିଗୁଡ଼ି ନିକଟରେ ଏକ ମାଇ ହାତୀର ମୃତଦେହ ପଡିଥିବାର କିଛି ଲୋକ ଦେଖିଥିଲେ । ଏହାପରେ ତୁରନ୍ତ ବନବିଭାଗକୁ ଖବର ଦିଆଯାଇଥିଲା । ବନବିଭାଗର ଏକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତହାତୀର ଶବ ବ୍ୟବେଚ୍ଛଦ କରିଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଦକ୍ଷିଣ ବନାଞ୍ଚଳ ଡିଏଫଓ ସୂଚନା ଦେଇଛନ୍ତି । ଏହାପୂର୍ବରୁ କିଛି ଦିନ ତଳେ କର୍ଲାପାଟ ଅଭୟାରଣ୍ୟ ରେ ଗୋଟିଏ ମାଈ ହାତୀ ମୃତ୍ୟୁ ବରଣ କରିଥିଲା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0