ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଚିକିଟି ସୋରଳରେ ଅଭାବନୀୟ ଘଟଣା । ଦୁଷ୍କର୍ମ ପରେ ୫ ବର୍ଷର ନାବାଳିକାର ବେକକୁ ଛୁରାରେ କାଟିଲା ୨୪ ବର୍ଷର ଯୁବକ । ସୋରଳ ଓଡ଼ିଆ କଲୋନୀରେ ଏଭଳି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଶିଶୁକନ୍ୟାକୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତା’ର ସ୍ୱାସ୍ଥ୍ୟବସ୍ଥା ଉଦବେଗଜନକ ଥିବା କୁହାଯାଇଛି। ଆକ୍ରମଣକାରୀ ଯୁବକକୁ ନିସ୍ତୁକ ମାଡ଼ ମାରିବା ପରେ ପୋଲିସ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ । ସୋରଳ ଓଡ଼ିଆ କଲୋନୀରେ ଅଭିଯୁକ୍ତ ଯୁବକ ଓ ମୃତ ନାବାଳିକାର ପରିବାର ମଧ୍ୟ ସେହି କଲୋନିରେ ରୁହନ୍ତି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0