କେନ୍ଦ୍ରାପଡା : ଏପରିକି ସୋମବାର ୧୦ କିମି ପାଦରେ ଚାଲି ଚାଲି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସାହାସର ସହ ବାପାଙ୍କ ବିରୋଧରେ ଜିଲ୍ଲାପାଳଙ୍କ ସମ୍ମୁଖରେ ଅଭିଯୋଗ କରିଛନ୍ତି କୁନି ଝିଅ। ଝିଅର ଏହି ସାହାସକୁ ଦେଖି ଜିଲ୍ଲାପାଳଙ୍କ ସହିତ ଅନ୍ୟ ଅଧିକାରୀ ମଧ୍ୟ ଚକିତ।
ଝିଅଟି ଜିଲ୍ଲାପାଳଙ୍କ ସମ୍ମୁଖରେ ଅଭିଯୋଗ କରିଛନ୍ତି ଯେ, ତା ବାପା ମଧ୍ୟାହ୍ନଭୋଜନରେ ମିଳୁଥିବା ଚାଉଳ ଓ ଟଙ୍କାକୁ ହଡପ କରି ନେଉଛନ୍ତି। ବାପା ବିରୁଦ୍ଧରେ ଝିଅଟିର ଲିଖିତ ଅଭିଯୋଗ ଗ୍ରହଣ କରି ଜିଲ୍ଲାପାଳ ସମର୍ଥ ବର୍ମା ଝିଅ ପାଖକୁ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପଠାଇବା ସହିତ ତା ବାପା ନେଇଥିବା ସମସ୍ତ ଚାଉଳ ଓ ଟଙ୍କା ଆଣି ଝିଅକୁ ଦେବାକୁ ସୁନିଶ୍ଚିତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖନୀୟ ଲକ୍ଡାଉନ୍ ଆରମ୍ଭ ହେବା ପରଠୁ ରାଜ୍ୟ ସରକାର ପ୍ରତ୍ୟେକ ଛାତ୍ର-ଛାତ୍ରୀଙ୍କ ବ୍ୟାଙ୍କ ଆକଉଣ୍ଟରେ ଦୈନିକ ୮ ଟଙ୍କା ପଠାଉଛନ୍ତି। ଯଦି ଲାଭାର୍ଥୀଙ୍କ ପାଖରେ କୌଣସି ଅଭିବାବକ ନାହାନ୍ତି, ତେବେ ମଧ୍ୟାହ୍ନ ଭୋଜନ ଯୋଜନା ଆଧାରେ ପ୍ରତି ଦିନ ୧୫୦ ଗ୍ରାମ ଚାଉଳ ଯୋଗାଇ ଦିଆଯାଉଛି।
ଝିଅ ପାଖରେ ବ୍ୟାଙ୍କ ଆକାଉଣ୍ଟ ରହିଛି, ହେଲେ ମଧ୍ୟାହ୍ନ ଭୋଜନ ସୁବିଧା ସହିତ ମିଳୁଥିବା ଟଙ୍କା ବରାବର ତାଙ୍କ ବାପାଙ୍କ ଆକାଉଣ୍ଟ ଚାଲି ଯାଇଥିବା ସେ ଅଭିଯୋଗ କରିଛନ୍ତି। ଝିଅ ସହିତ ରହୁନଥିଲେ ବି, ବାପା ସ୍କୁଲ ଯାଇ ଝିଅ ନାଁରେ ସବୁ ଚାଉଳ ସଂଗ୍ରହ କରି ନେଇ ଯାଉଥିଲେ। ଦୁଇ ବର୍ଷ ପୂର୍ବେ ଝିଅର ମାଙ୍କ ମୃତ୍ୟୁ ପରେ ବାପା ଦ୍ଵିତୀୟ ବିବାହ କରିଥିଲେ। ୨୦୧୯ରେ ତାଙ୍କୁ ଘରୁ ତଡି ଦିଆଯାଇଥିଲା। ସେହି ଦିନଠୁ କୁନି ଝିଅଟି ନିଜ ମାମୁଙ୍କ ଘରେ ରହି ଆସୁଛି।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆମେ ସମସ୍ତ ଟଙ୍କା ଝିଅଟିର ଆକାଉଣ୍ଟରେ ଜମା କରିବୁ ଏବଂ କାର୍ଯ୍ୟାନୁଷ୍ଠାନ ନେଇ ତା ବାପା ଯେତେ ଅର୍ଥ ନେଇଛି ସମସ୍ତ ଆଦାୟ କରିବୁ ବୋଲି କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ କହିଛନ୍ତି। ମଧ୍ୟାହ୍ନ ଭୋଜନରେ ମିଳୁଥିବା ଚାଉଳକୁ ସିଧାସଳଖ ଝିଅକୁ ଦେବାକୁ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0