ଖୋର୍ଦ୍ଧା: ଶୀତର ଆଗମନରେ ପକ୍ଷୀ ଅଭୟାରଣ୍ୟକୁ ପକ୍ଷୀଙ୍କ ଆଗମନ ହୋଇଛି । ଧିରେ ଧିରେ ପର୍ଯ୍ୟଟକଙ୍କ ଆଗମନ ହେବ । ଏହାକୁ ନଜରରେ ରଖି ଡଙ୍ଗା ତିଆରି କରୁଛନ୍ତି କାରିଗର । ନିହାଣ ମୁନକୁ ଆଉ ତର ନାହିଁ । ଖୋର୍ଦ୍ଧା ଜିଲ୍ଲା ମଙ୍ଗଳାଯୋଡିରେ କରୋନା କଟକଣା ଯୋଗୁଁ ହାତ ବାନ୍ଧି ବସିଥିବା ମହାରାଣା କାରିଗର ଏବେ ଡଙ୍ଗା ତିଆରିରେ ଲାଗିଛନ୍ତି । ଏବଂ ଗୋଟିଏ ଡଙ୍ଗା ତିଆରି କରିବା ପାଇଁ ୫ରୁ ୧୦ ଦିନ ସମୟ ଲାଗୁଛି ।
କରୋନା କଟକଣା ଭିତରେ ଡଙ୍ଗା ଚଳାଚଳ ପାଇଁ ଅନୁମତି ମିଳିଛି । ପର୍ଯଟକମାନେ ଡଙ୍ଗାରେ ଚିଲିକା, ଡାଙ୍ଗମାଳ, ମଙ୍ଗଳାଯୋଡି ପକ୍ଷୀ ଅଭୟାରଣ୍ୟକୁ ଯାଇଥାନ୍ତି । ତେଣୁ ପ୍ରତିବର୍ଷ ବହୁ ସଂଖ୍ୟକ ଡଙ୍ଗା ଚିଲିକାରେ ଦେଖିବାକୁ ମିଳିଥାଏ । ଡଙ୍ଗା ବିକ୍ରି କରି ମହାରଣା ସେବାୟତ ଦୁଇ ପଇସା ରୋଜଗାର କରିବା ସହ ଡଙ୍ଗା ଚଳାଇ ନାଉରିଆ ବି ପେଟ ପୋଷିଥାନ୍ତି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0