spot_img

ଚିକିତ୍ସାରେ ଅନିୟମିତତା ଆଶା ଦିଦିଙ୍କ ମୃତ୍ୟୁ

କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ଚିକିତ୍ସାରେ ଅବହେଳା ଅଭିଯୋଗ ହୋଇଛି । ଜଣେ ମହିଳାଙ୍କ ମୃତ୍ୟ ହୋଇଛି। ମୃତକ ଜଣକ ହେଲେ କୋକସରା ଥାନା ବେହେରା ନିକଟସ୍ଥ ତେଣ୍ଡାପାଳି ଗ୍ରାମର ସୁମିତ୍ରା ରାଉତ। ସେ ଜଣେ ଆଶା ଦିଦି । ସୁମିତ୍ରାଙ୍କୁ ଶୁକ୍ରବାର ସନ୍ଧ୍ୟା ୫ଟା ସମୟରେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଗର୍ଭ ଯନ୍ତ୍ରଣା ହୋଇଥିଲେ ସୁଦ୍ଧା ଡାକ୍ତର ଦେଖି ନଥିଲେ ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଆଜି ପରିବାର ପକ୍ଷରୁ ଧର୍ମଗଡ଼- ରାୟପୁର ଜାତୀୟ ରାଜପଥ ଅବରୋଧ କରାଯାଇଛି । ରାତ୍ରୀରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏଠାରେ ଚିକିତ୍ସା ହୋଇପାରିବ ନାହିଁ କହି ଡାକ୍ତର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ପରେ ସ୍ୱାସ୍ଥ୍ୟାବସ୍ଥା  ଅତି ଗୁରୁତର ହୋଇ ଜିଲ୍ଲା ଚିକିତ୍ସାଳୟରେ ରୋଗୀ ମୃତ୍ୟୁବରଣ କରିଥିଲେ । ଏହି ଘଟଣାକୁ ନେଇ ଧର୍ମଗଡ଼ ଡାକ୍ତରଖାନା ନିକଟରେ ଶବ ରଖି ପରିବାର ଲୋକେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular