ନୂଆଦିଲ୍ଲୀ: ସଂସଦରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ସିଧାସଳଖ କେନ୍ଦ୍ର ସରକାରକୁ ଟାର୍ଗେଟ କରି ବର୍ଷିଛନ୍ତି । ତେବେ ବିଜେଡି ତରଫରୁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ସାଂସଦ ଶ୍ରୀ ଆଚାର୍ୟ୍ୟ ଗତ ଜାନୁଆରୀ ୨୬ରେ ଲାଲକିଲ୍ଳାରେ ଘଟିଥିବା ଘଟଣାକୁ ସ୍ୱାଧୀନତା ପରେ ଭାରତରେ ଘଟିଥିବା ସବୁଠାରୁ ବଡ଼ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଥିଲେ। ଘଟଣା ପଛର ସତ୍ୟାସତ୍ୟ ଜାଣିବାକୁ ସୁପ୍ରିମକୋର୍ଟ ବିଚାରପତିଙ୍କ ତଦାରଖରେ ଏକ ତଦନ୍ତକାରୀ କମିଟି ଗଠନ କରିବାକୁ ବିଜେଡି ତରଫରୁ ପ୍ରସ୍ତାବ ଦେଇଥିଲେ। ସାଂସଦ ଶ୍ରୀ ଆଚାର୍ୟ୍ୟ କହିଥିଲେ ଯେ ଜାନୁଆରୀ ୨୬ ଘଟଣା ପାଇଁ କେବଳ କେତେକ କୃଷକ ସଂଗଠନକୁ ଦୋଷ ଦେଲେ ଲାଭ ମିଳିବ ନାହିଁ। ହଜାର ହଜାର ସଂଖ୍ୟାରେ ଲୋକ ଲାଲକିଲା ଭିତରକୁ କେମିତି ପଶିଲେ, ଏମାନଙ୍କ ପଛରେ କିଏ ଅଛି, ପୁଲିସ ଓ ପ୍ରଶାସନ, କୃଷକନେତା ଏବଂ ସରକାରଙ୍କ ଭୂମିକା କ’ଣ ରହିଥିଲା ତାହା ବିଷୟରେ ଲୋକଙ୍କର ଜାଣିବା ଅଧିକାର ରହିଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0