ଭଦ୍ରକ: ବାଡ଼ିରେ ପିଟି ପିଟି ଯୁବକଙ୍କୁ ହତ୍ୟା । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ବଗମରା ଆଦିବାସୀ ସାହିର । ମୃତ ବ୍ୟକ୍ତି ଜଣକ ହେଲେ ଆଦିବାସୀ ସାହିର କଟିଆ ମିର୍ମୁ । ପରିବାରଲୋକ ଏହାକୁ ହତ୍ୟା ଅଭିଯୋଗ ଆଣୁଥିବା ବେଳେ ହତ୍ୟାକାଣ୍ଡକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ଏନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରକୃତରେ କେଉଁ କାରଣରୁ ଏଭଳି ଘଟଣା ଘଟିଛି, ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ । କିଛି ଦୀନ ପୂର୍ବରୁ ଏକ ଭିଡ଼ିଓ ଭାଇରାଲ ହେଉଥିଲା । ଯେଉଁଥିରେ ଗାଁର ଜଣେ ଯୁବକ ଏକ ବାଡ଼ିରେ ଉକ୍ତ ବ୍ୟକ୍ତିଙ୍କୁ ମାଡ଼ ମାରିବା ସହ ଗାଳି ଦେଉଛନ୍ତି । ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି। ଏନେଇ ପୋଲିସର ତଦନ୍ତ ଜାରି ରହିଛି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0