ସମ୍ବଲପୁର: ସମ୍ବଲପୁରରେ ପିଚୁ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତି । ୪ଟି ଦମକଳ ବାହିନୀ ୪ ଘଣ୍ଟାରୁ ଅଧିକ ସମୟ ଧରି ଉଦ୍ୟମ କରିବା ପରେ ନିଆଁ ଆୟତ ହୋଇଥିଲା । ସମ୍ବଲପୁର ଜୟନ୍ତପୁର ଛକରେ ଥିବା ପିଚୁ ଫ୍ୟାକ୍ଟ୍ରିରେ ପାଇପ୍ ଫାଟିବାରୁ ଅଚାନକ ଅଗ୍ନିକାଣ୍ଡ ଘଟିଥିଲା । ବିଳମ୍ୱିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିବା ପରେ ଭୟଙ୍କର ରୂପ ଧାରଣ କରିଥିଲା । ସମ୍ବଲପୁରର ୩ଟି ଦମକଳ ୟୁନିଟ୍ ଏବଂ ମାନେସରର ଗୋଟିଏ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତଙ୍କର ସୂଚନା ନାହିଁ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0