spot_img

କୋଭିଡ଼ ପଜିଟିଭ ଜାଣିବା ପରେ ଯୁବକଙ୍କ ଆତ୍ମହତ୍ୟା

ନବରଙ୍ଗପୁର : କୋଭିଡ଼ ପଜିଟିଭ ଜାଣିବା ଜଣେ ୨୦ ବର୍ଷ ଯୁବକ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ନବରଙ୍ଗପୁର ଜିଲ୍ଲା ବଡମସି ଗାଁରୁ ଆସିଛି ଏଭଳି ଅଭିଯୋଗ । ମୃତ ଯୁବକଙ୍କ ହେଲେ ବଡମସିଗାଁର ନରେନ୍ଦ୍ର ବିଶୋଇ।
ସାନମସିଗାଁ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ନରେନ୍ଦ୍ର କୋଭିଡ଼ ପରୀକ୍ଷା କରାଇଥିଲେ । ପରୀକ୍ଷାରେ ରିପୋର୍ଟ ପଜିଟିଭ ଆସିଥିବା ନେଇ କୋଭିଡ ଟେଷ୍ଟ କରୁଥିବା କର୍ମଚାରୀ ମାନେ ନରେନ୍ଦ୍ର ବିଶୋଇଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ମଧ୍ୟ ଦେଇଥିଲେ। କିନ୍ତୁ ନରେନ୍ଦ୍ର କୋଭିଡ଼ ଟେଷ୍ଟରେ ପଜିଟିଭ ଆସିବା ଖବର ଜାଣି ତାଙ୍କର ମାନସିକ ଚିନ୍ତା ବଢିଯାଇଥିଲା ।

ସେଠାରୁ ସେ ଆଉ ଘରକୁ ଫେରି ନଥିଲେ । ସଂଧ୍ୟାରେ ଘରକୁ ଫେରି ଜମିରେ ବ୍ୟବହାର କରିବା ପାଇଁ ରଖାଯାଇଥିବା କୀଟନାଶକ ପିଇ ଦେଇଥିଲେ । ପରିବାର ଲୋକେ ଜାଣିବା ପରେ , ତାଙ୍କୁ ନବରଙ୍ଗପୁର ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଏନେଇ କଡିଙ୍ଗା ଥାନାରେ ପରିବାର ପକ୍ଷରୁ ଆତ୍ମହତ୍ୟା କରିଥିବା ମାମଲା ରୁଜୁ କରାଯିବା ପରେ ପୋଲିସ ପକ୍ଷରୁ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି । ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପରିବାର ପକ୍ଷରୁ ପିପିଇ କୀଟ ପିନ୍ଧି ନରେନ୍ଦ୍ରଙ୍କ ଶବ ସତ୍କାର କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular