ଭୁବନେଶ୍ବର : ଭୁବନେଶ୍ବର ଶାସ୍ତ୍ରୀନଗର ଅଞ୍ଚଳରେ ଯୁବକଙ୍କ ଆତଙ୍କରାଜ। ସକାଳୁ ସକାଳୁ କଟୁରି ଧରି ବୁଲୁଛି ଯୁବକ।ସ୍ଥାନୀୟ ଲୋକଙ୍କୁ ଗାଳି ଗୁଳଜ କରିବା ସହ ଧମକ ମଧ୍ୟ ଦେଉଛି। ଯୁବକଙ୍କର ଏଭଳି ପାଗଳାମି ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।ଏହି ଯୁବକଙ୍କ ବିରୋଧରେ ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଛି। ସିସିଟିଭି ଫୁଟେଜ୍ରେ ଥିବା ଦୃଶ୍ୟରେ, ଯୁବକ ଜଣଙ୍କ ହାତରେ ଧାରୁଆ କଟୁରି ଧରିଛି। ରାଗରେ ଜଣଙ୍କୁ ଗାଳି ଗୁଲଜ କରୁଛି। ପରେ ବାଇକ୍ ଧରି ଚାଲି ଯାଉଛି। କଟୁରୀ ରଖିବା ପାଇଁ ସାଙ୍ଗରେ ମଧ୍ୟ ଏକ ବ୍ୟାଗ୍ ରଖିଛନ୍ତି। ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ୍ ତଦନ୍ତ କରୁଛି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0