ମୁମ୍ବାଇ: ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ତଥା ଜଣାଶୁଣା ଟିଭି ହଷ୍ଟ ଆଦିତ୍ୟ ନାରୟଣ ଏବେ ଚର୍ଚ୍ଚାରେ । ଆଦିତ୍ୟ ଲକଡାଉନ ଅବଧିରେ ତାଙ୍କ ସମସ୍ତ ସଞ୍ଚିତ ଅର୍ଥ ବ୍ୟୟ ହୋଇ ଆଉ ମାତ୍ର ୧୮ ହଜାର ଟଙ୍କା ଅଛି ବୋଲି ଖବରଟି ସାମାଜିକ ଗଣମାଧ୍ୟମରେ ବେଶ ପ୍ରଚାର ପାଇଥିଲା । ଏନେଇ ତାଙ୍କ ବାପା ଉଦିତ ନାରାୟଣ ପ୍ରତିକ୍ରିୟା ରଖିଛନ୍ତି । ଉଦିତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ବିଶ୍ବାସ କରନ୍ତୁ, ମୁଁ ମୋ ପୁଅର ଦେବାଳିଆ ଖବର ପାଇବା ପରଠାରୁ ମୋ ହସ ବନ୍ଦ ହେଉନାହିଁ। ଆଦିତ୍ୟ ଆମ ଦେଶର ଜଣେ ଶୀର୍ଷ ଟିଭି ଉପସ୍ଥାପକ। ତା’ ପାଖରେ କିପରି ଟଙ୍କାର ଅଭାବ ରହିପାରିବ? ସେ ବହୁତ ଟଙ୍କା ରୋଜଗାର କରିଛି, ଦେବାଳିଆ ହେବାର ପ୍ରଶ୍ନ ନାହିଁ । ସୋସିଆଲ୍ ମିଡିଆରେ ଗୁଜବ ଶୀଘ୍ର ପ୍ରଘଟ ହୋଇଯାଏ। ହୁଏତ ଆଦିତ୍ୟ ଅନ୍ୟ କିଛି କହିଛି ଏବଂ କେହି କେହି ତାହାକୁ ଭିନ୍ନ ଭାବେ ଉପସ୍ଥାପନ କରିଛନ୍ତି। ମୋ ପୁଅ ତା’ କ୍ୟାରିୟରରେ ବହୁତ ଭଲ କାମ କରୁଛି ଏବଂ ଯଦି କମ୍ ପଡ଼ିଯାଏ ତେବେ ତା’ ପିତା ଜୀବିତ। ମୋ ଜୀବନରେ କଠିନ ପରିଶ୍ରମ କରି ମୁଁ ଯାହା ଅର୍ଜନ କରିଛି, ତାହା ଆଦିତ୍ୟ ପାଇଁ।’ ତେବେ ବାପା ଉଦିତଙ୍କର ଏପରି ପ୍ରତିକ୍ରିୟା ପୁଣିଥରେ ସମସ୍ତଙ୍କର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0