spot_img

ସାହିତ୍ୟରେ ନୋବେଲ ପାଇବେ ଅବଦୁଲ୍‌ ରଜାକ୍‌ ଗୁରନାହ

ସାହିତ୍ୟରେ ୨୦୨୧ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଅବଦୁଲ୍‌ ରଜାକ୍‌ ଗୁରନାହଙ୍କୁ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ତାଞ୍ଜାନିଆର ଜାଞ୍ଜିବରରେ ୧୯୪୮ରେ ଜନ୍ମ ହୋଇଥିବା ରଜାକ୍‌ ୧୯୬୦ରେ ଇଂଲଣ୍ଡକୁ ଶରଣାର୍ଥୀ ଭାବେ ଆସିଥିଲେ। ଶରଣାର୍ଥୀଙ୍କ ସମସ୍ୟା ଉପରେ ସେ ୧୦ଟି ଉପନ୍ୟାସ ଲେଖିଛନ୍ତି। ରଜାକ୍‌ ଜଣେ ଇଂଲିଶ୍‌ ପ୍ରଫେସର। ରୟାଲ ସୁଇଡିସ୍‌ ଏକାଡେମୀ ଅଫ୍‌ ସାଇନ୍ସ୍‌ ପକ୍ଷରୁ ଏ ସମ୍ପର୍କରେ ଗୁରୁବାର ଘୋଷଣା ହୋଇଛି। ୧୯୦୧ଠାରୁ ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରାଯାଉଛି। ସାହିତ୍ୟରେ ଅବଦୁଲ୍‌ ରଜାକ୍‌ ଗୁରନାହ ୧୧୪ ତମ ନୋବେଲ ବିଜେତା ହୋଇଛନ୍ତି। ରଜାକ୍‌ ତାଞ୍ଜାନିଆର ନାଗରିକ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular