spot_img

ଶପଥ ଗ୍ରହଣ କଲେ ମମତା ବାନାର୍ଜୀ

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଭବାନୀପୁରର ବିଧାୟକ ଭାବରେ ଶପଥ ଗ୍ରହଣ କରିଛନ୍ତି। ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ତାଙ୍କ ସହ ଅନ୍ୟ ଦୁଇ ଟିଏମସି ବିଧାୟକଙ୍କୁ ଶପଥ ଗ୍ରହଣ କରାଇଥିବା ଜଣାପଡ଼ିଛି। ବାନାର୍ଜୀଙ୍କ ବ୍ୟତୀତ ଜାକିର ହୁସେନ୍ ଏବଂ ଅମିରୁଲ ଇସଲାମ ମଧ୍ୟ ପଶ୍ଚିମବଙ୍ଗର ବିଧାନସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି। ତେବେ ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଦାୟିତ୍ବ ବହନ କରିବେ ମମତା ବାନାର୍ଜୀ। ଏନେଇ ତାଙ୍କୁ ଟିଏମସି ସାଂସଦ ମହୁଆ ମୋଇତ୍ରା ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପଦବୀ ବଜାୟ ରଖିବା ପାଇଁ ମମତା ବାନାର୍ଜୀଙ୍କ ଭବାନୀପୁର ଆସନ ଜିତିବା ଜରୁରୀ ହୋଇପଡ଼ିଥିଲା। କାରଣ ସେ ନନ୍ଦିଗ୍ରାମ ବିଧାନସଭା ନିର୍ବାଚନରେ ବିଜେପିର ସୁଭେନ୍ଦୁ ଅଧିକାରୀଙ୍କଠାରୁ ହାରିଥିଲେ। ଯଦି ସେ ଭବାନୀପୁରର ବିଧାୟିକା ହେବାରେ ଅସମର୍ଥ ହୋଇଥାନ୍ତେ, ତେବେ କ୍ଷମତା ଆଉ କାହା ହାତକୁ ଚାଲିଯାଇଥାନ୍ତା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular