spot_img

ବିବାହ ଭାଙ୍ଗିବା ପାଇଁ ଲକ୍ଷେରୁ ଅଧିକ ଦରମା!!

ବିବାହ ପାଇଁ ଏଜେଣ୍ଟଙ୍କୁ ଦାୟିତ୍ୱ ଦିଆଯିବା କଥା ଆମେ ଜାଣିଛେ । କିନ୍ତୁ କେବେ ଭାଙ୍ଗିବା ପାଇଁ ଏଜେଣ୍ଟଙ୍କୁ ଦାୟିତ୍ୱ ଦିଆାଯିବା କଥା ଆମେ ଶୁଣିଛନ୍ତି କି? କିନ୍ତୁ ଏହା ବିଶ୍ୱାସ ନହେଲେ ବି ସତ । ଏମିତି ଏକ ଦେଶ ଅଛି, ଯେଉଁଠାରେ ଏହା ଏକ ପ୍ରସିଦ୍ଧ ବ୍ୟବସାୟ । ଏହି ଏଜେଣ୍ଟ ମାନଙ୍କ ଜରିଆରେ ଲୋକମାନେ ବିବାହ ଭାଙ୍ଗୁଛନ୍ତି । କରୋନା ପାଇଁ ରୋଜଗାରରେ ମାନ୍ଦା ପଡ଼ିଛି । କିନ୍ତୁ କାହାକୁ ଯଦି ନିଜ ପାର୍ଟନର ଉପରେ ସନେ୍ଦହ ଆସେ , ତେବେ ଏହି ଏଜେଣ୍ଟଙ୍କ ସହାୟତାରେ ଆପଣ ଭବିଷ୍ୟତ ରଣନୀତି ତିଆରି କରିପାରିବେ । ଏହି ଏଜେଣ୍ଟମାନଙ୍କୁ ୱାକରେସାସେୟା କହନ୍ତି ।

divorce

ପାର୍ଟନରଙ୍କ ଉପରେ ନଜର ରଖିବା, ସେମାନଙ୍କର ଅବୈଧ ସମ୍ବନ୍ଧର ତଥ୍ୟ ଯୋଗାଡ଼ କରିବା ଓ ଆବଶ୍ୟକ ପଡ଼ିଲେ ନିଜେ ସେମାନଙ୍କ ସହ ସମ୍ବନ୍ଧ ଯୋଡ଼ି ବିବାହ ଭାଙ୍ଗିବା ଏମାନଙ୍କର କାମ । ଏମାନେ ଦରକାର ଅନୁସାରେ ନିଜର ପୋଷାକ ପରିଚ୍ଛେଦ ବଦଳାଇ ଥାଆନ୍ତି ଓ ଆପଣଙ୍କ ସମ୍ପର୍କ ଭାଙ୍ଗିଯିବା ପରେ ଆପଣଙ୍କୁ ଛାଡ଼ି ଚାଲି ଯାଇଥାଆନ୍ତି । ଜାପାନରେ ନିଜ ପାର୍ଟନର ଉପରେ ସନେ୍ଦହ ଏକ ସାଧାରଣ କଥା । ଜାପାନରେ ବିବାହ ଭାଙ୍ଗୁଥିବା ଏଜେଣ୍ଟଙ୍କ ଚାହିଦା ବେଶୀ । ଏଠାରେ ସେମାନଙ୍କୁ ଅଧିକ ପାରିଶ୍ରମିକ ମଧ୍ୟ ମିଳିଥାଏ । ଏମାନଙ୍କୁ ହାୟର କରିବା ବହୁୂତ ମହଙ୍ଗା । ଫର୍ଜି ମାମଲା ସହିତ ସମାଜରେ କିଛି ସୁଧାର ମଧ୍ୟ ଆସିଥିଲା । ଏଥିରେ ନିଜ ଜାସୁସି ଏଜେନ୍ସିଗୁଡ଼ିକ ପାଇଁ ଲାଇସେନ୍ସ କରିବା ମଧ୍ୟ ସାମିଲ ଥିଲା ।

divorce

ୱାକରେସାସେୟା ଏଜେଣ୍ଟଙ୍କ କହିବା ମୁତାବକ ଏକ ଏଜେଣ୍ଟଙ୍କ ହତ୍ୟା ପରେ ଅନଲାଇନ ବିଜ୍ଞାପନ ସେବା ବନ୍ଦ ହୋଇ ଯାଇଥିଲା । ସାଧାରଣ ଲୋକଙ୍କ ମଧ୍ୟରେ ସନେ୍ଦହ ବଢ଼ିବାରେ ଲାଗିଲା ।ା ଯେଉଁଥିପାଇଁ ସେମାନଙ୍କ କାର୍ଯ୍ୟ କରିବାରେ ଅସୁବିଧା ହେଲା । କିନ୍ତୁ କିଛି ଦିନ ପରେ ବିଜ୍ଞାପନ ପୁଣି ଥରେ ଆରମ୍ଭ ହେବାରେ ଲାଗିଲା । ବିବାଦ ପରେ ମଧ୍ୟ ଏହି ବ୍ୟବସାୟ ଆଗକୁ ବଢ଼ିବାରେ ଲାଗିଛି । ସମ୍ଭ୍ରାନ୍ତ ଶ୍ରେଣୀୟ ଲୋକମାନଙ୍କ ପାଖରେ ଏମାନଙ୍କ ଚାହିଦା ଅନେକ । ଜାପାନରେ ପ୍ରାୟ ୨୭୦ ୱାକରେସାସେୟା ଏଜେନ୍ସି କାର୍ଯ୍ୟ କରୁଛି । ଗୋଟିଏ କାମ ପାଇଁ ଅତି କମରେ ୩୮୦୦ ଡଲାର କିମ୍ବା କାମ ବଡ଼ ଥିଲେ ୧.୯୦ ଲକ୍ଷ ଡଲାର ଦେବାକୁ ପଡ଼ିଥାଏ । କାର୍ଯ୍ୟ ଆଧାରରେ ସେମାନଙ୍କ ପାରିଶ୍ରମିକ ଧାର୍ଯ୍ୟ କରାଯାଇଥାଏ । ସିଧା କଥା ହେଉଛି ଯେତିକି ଖବର ଦରକାର ସେହି ପରିମାଣରେ ଫିସ ମଧ୍ୟ ବଢ଼ିଥାଏ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular