ରାଜନଗର: ପରୀକୁ ନ୍ୟାୟ ମିଳିବା ଦାବି ନେଇ ରାସ୍ତାକୁ ଓଲ୍ଲାଇଛି ରାଜନଗରର ଏବିଭିପି । ଏବିଭିପି ତରଫରୁ ରାଜନଗର ବାଇପାସ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରାଯାଇଛି । ସରକାର ଯେଉଁ ଏସଆଇଟି ଟିମ ଗଠନ କରିଛନ୍ତି ତାହା ସଠିକ ଭାବେ ତଦନ୍ତ କରୁନି । ଯେଉଁଥିପାଇଁ ସରକାର ସିବିଆଇ ତଦନ୍ତ କରାନ୍ତୁ ଏବଂ ମନ୍ତ୍ରୀ ଅରୁଣ ସାହୁ ପଦରୁ ଇସ୍ତପା ଦିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି । ନୟାଗଡ଼ ଯଦୁପୁର ପରୀ ମୃତୁ୍ୟ ମାମଲା । ଯାହାକୁ ନେଇ ପଲ୍ଲୀଠୁ ଦିଲ୍ଲୀ ଯାଏଁ ଯୋର ଧରିଛି ଚର୍ଚ୍ଚା । ସମସ୍ତଙ୍କ ମୁହଁରେ ପରୀକୁ ନ୍ୟାୟ ମିଳୁ । ତେବେ ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହାୁଙ୍କ ହାତ ଥିବା ନେଇ ସନେ୍ଦହ କରାଯାଉଛି । ଏନେଇ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ଏବିଭିପି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0