spot_img

ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା କେନ୍ଦୁଝର ରାସ୍ତାର ପୁଟୁଳିଆ ନିକଟରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା ହୋଇଛି ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି ମୃତକ ସଅଁରାପଶି ଗ୍ରାମର ବିଶନ ମୁଣ୍ଡା

ଶୁକ୍ରବାର ସକାଳୁ ବିଶନ ବାଇକ୍ ଯୋଗେ ଟାଙ୍ଗରପଡା ପଟୁ ପାଟଣାକୁ ଯାଉଥିବା ବେଳେ ପୁଟୁଳିଆ ବୁଲାଣି ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ବଡ଼ ପଥରରେ ପିଟି ହୋଇଥିଲେ ଘଟଣାସ୍ଥଳରେ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ତାଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular