spot_img

ଉଦଳାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଉଦଳା :ଉଦଳାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ସାଧାରଣଲୋକମାନେ ଫରେଷ୍ଟ ଅଫିସ୍ ଘେରାଉ କରିଛନ୍ତି । କାରଣ ଉକ୍ତ ମୃତ ବ୍ୟକ୍ତିଙ୍କୁ ଶିକାରୀ ସନେ୍ଦହରେ ବନ କର୍ମଚାରୀ ପିଟିପିଟି ମାରିଥିବା ଅଭିଯୋଗ ହୋଇଛି । ଗାଁରେ ମୃତଦେହ ପହଞ୍ଚିବା ପରେ ଗ୍ରାମବାସୀ ରାଗରେ ଶବ ରଖି ଧାରଣାରେ ବସିଛନ୍ତି । ଉଦଳାର ପୋଡାଡିହା ରେଞ୍ଜ ନଛିପୁର ଗାଁର ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ଯୁବକ ଜଣକ ଶିମିଳିପାଳ ଜଙ୍ଗଲକୁ ଯାଇ ଗତ ଶୁକ୍ରବାରରୁ ନିଖୋଜ ଥିଲେ । କାଲି ବନବିଭାଗ ପକ୍ଷରୁ ଯୁବକ ଚିକିତ୍ସିତ ହେଉଥିବା ଖବର ଆସିଥିଲା । ପ୍ରଥମେ ଉଦଳା ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ପରେ ଯୁବକଙ୍କ ମୃତ୍ୟୁ ହୋଇଥିଲା ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular