spot_img

ରାଜନଗର ଭାଟପଡା ଛକରେ ଦୁର୍ଘଟଣା,ଜଣେ ଗୁରୁତର

ରାଜନଗର: କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଗୋପାଳପୁର-କେରେଡାଗଡ ରାସ୍ତାର ଭାଟପଡା ଛକରେ ସଡକ ଦୁର୍ଘଟଣା । ସ୍କୁଟି ଚାଳକଙ୍କୁ ଧକ୍କା ଦେଲା ହାଇୱା । ଦୁର୍ଘଟଣାରେ ଜଣେ ଗୁରୁତର । ଗୁରୁତର ଜଣଙ୍କ ହେଲେ ରାଜପୁର ବାଲି ଅଞ୍ଚଳର ରତ୍ନାକର ରାଉତ । ରତ୍ନାକର ରାଜମିସ୍ତ୍ରୀ କାମକରନ୍ତି l କାମ କରିସାରି ଘରକୁ ଫେରୁଥିବା ସମୟରେ ହଟାତ ଏକ ହାଇୱ ଆସି ଧକ୍କା ଦେଇଥିଲା l ରତ୍ନାକର ସ୍କୁଟି ଗାଡିରୁ ଗଳିପଡିଥିଲେ l ରକ୍ତ ଲହୁଲୁହାଣ ହୋଇ ପଡିଯାଇଥିଲେ l ଏବଂ ସେହି ମୁହୂର୍ତ୍ତରେ ରତ୍ନାକର ରାଉତଙ୍କ ଚେତାଶୂନ୍ୟ ହୋଇଯାଇଥିଲା l କିଛି ଲୋକେ ଏହି ଅବସ୍ଥାରେ ରତ୍ନାକର ରାଉତଙ୍କୁ ଉଦ୍ଧାରକରି ଅଟୋ ସାହାଯ୍ୟରେ ପ୍ରଥମେ ରାଜନଗର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଧକ୍କା ଦେଇଥିବା ହାଇୱା ଫେରାହେଉଥିବା ସମୟରେ ଗୋପାଳପୁର ବଜାରରେ ସ୍ଥାନୀୟ ଲୋକେ କାବୁ କରିଥିଲେ । ପରେ ଘଟଣା ସ୍ଥଳରେ ରାଜନଗର ପୋଲିସ ପହଁଞ୍ଚି ଡ୍ରାଇଭରକୁ ଅଟକ ରଖିବା ସହିତ ହାଇୱାକୁ ଥାନକୁ ନେଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular