spot_img

ବାଲିଅନ୍ତା ଅଞ୍ଚଳରେ ପୃଥକ ପୃଥକ ଦୁର୍ଘଟଣା

ବାଲିଅନ୍ତା : ବାଲିଅନ୍ତା ଥାନା ଅଞ୍ଚଳରେ ଆଜି ପୃଥକ ପୃଥକ ଜାଗାରେ ଘଟିଛି ଦୁର୍ଘଟଣା । ଏହି ଦୁର୍ଘଟଣାରେ ଦୁଇ ଆହତ ହୋଇଛନ୍ତି । ଆହତ ଦ୍ୱୟ ବାଲିଅନ୍ତା ଗ୍ରାମର ଲୋଭା ବେହେରା ଓ ରଣପୁର ଗ୍ରାମର ସୁଶାନ୍ତ କୁମାର ରାଉତ । ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି- କରାଯାଇଛି । ବର୍ତ୍ତମାନ ସୁଶାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି । ଲୋଭା ରାସ୍ତାପାର ହେଉଥିବା ସମୟରେ ତାଙ୍କୁ ଏକ ସ୍କୁଟି ଧକ୍କା ଦେଇଥିଲା । ଫଳରେ ଲୋଭା ତଳେ ପଡି ଗୁରୁତର ହୋଇପଡିଥିଲେ । ସେହିପରି ପଞ୍ଚାୟତ ରୋଡ ମଞ୍ଜରୀଦେବୀ ନସିଂ କଲେଜ ନିକଟରେ ଏକ କାର ସୁଶାନ୍ତଙ୍କୁ ଧକ୍କା ଦେଇଥିଲା । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ପ୍ରଥମେ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ପରେ ତାଙ୍କ ଅବସ୍ଥା ସଂଙ୍କଟାପନ୍ନ ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular