ବ୍ରହ୍ମପୁର : ବ୍ରହ୍ମପୁର ମହାନଗରରେ ଘୁଷୁରୀ ମଡ଼କ। ଗତ ୮ରୁ୧୦ ଦିନ ମଧ୍ୟରେ ବ୍ରହ୍ମପୁର ସହରର ଜନବସତି ନିକଟରେ ଥିବା ନାଳନର୍ଦ୍ଦମାରେ ଶତାଧିକ ଘୁଷୁରୀ ମରି ପଡ଼ିଥିବାର ଦେଖାଦେଇଛି । ଏହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଥିବା ବେଳେ ଏହିଭଳି ମୃତ୍ୟୁର କାରଣ ମଧ୍ୟ ଏଯାଏଁ ଜଣାପଡ଼ିନାହିଁ । ସ୍ୱାଇନ୍ ଫ୍ଲୁ ହେଉ ଅବା କରୋନା ପଶୁଙ୍କ ଦେହରୁ ବ୍ୟାପିଥିବା ଗୁଜବ ରହିଥିବା ହେତୁ ଅତିଶୀଘ୍ର ରୋଗର କାରଣ ଜାଣି ପ୍ରତିକାର କରିବାକୁ ଦାବି ହୋଇଛି।
ବିଶେଷ କରି କେଉଁ କାରଣରୁ ଘୁଷୁରୀମାନେ ମରୁଛନ୍ତି କେହି ଜାଣିପାରୁନାହାନ୍ତି। ନାଳ ନର୍ଦ୍ଦମାରୁ ମିଳୁଛି ଘୁଷୁରୀ ଗୁଡ଼ିକର ମୃତ ଦେହ। ପଚା ଗନ୍ଧରେ ଅସ୍ତବ୍ୟସ୍ତ ହେଉଛନ୍ତି ଆଖପାଖ ଜନବସତିର ଲୋକେ । ସେଗୁଡ଼ିକୁ ଉଦ୍ଧାର କରି ବ୍ରହ୍ମପୁର ଉପକଣ୍ଠ ବିଭିନ୍ନ ଶ୍ମଶାନରେ ପୋତି ଦିଆଯାଉଛି । ବ୍ରହ୍ମପୁର ୱାର୍ଡ ନମ୍ବର ୪, ୨୦ ଓ ୨୧ ନମ୍ବର ୱାର୍ଡରେ ସାଧାରଣତଃ ଏଭଳି ଘଟଣା ଦେଖିବାକୁ ମିଳିଥିବା ବେଳେ ସେଠାକାର ଲୋକେ ଭୟଭୀତ ହୋଇରହିଛନ୍ତି । କାଳେ ରୋଗ ଚାରିଆଡ଼େ ବ୍ୟାପିଯିବ ତାକୁ ନେଇ ଚିନ୍ତାରେ ଲୋକେ ଅଛନ୍ତି। ଏଣୁ ଘୁଷୁରୀ ମାଂସ ବ୍ୟବସାୟକୁ ମଧ୍ୟ ବନ୍ଦ କରିବାକୁ ନିବେଦନ କରିଛନ୍ତି ଲୋକେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0