ଚଣ୍ଡିଖୋଲ : ଚଣ୍ଡିଖୋଲ ନିକଟ ଗାନ୍ଧୀଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି ।ରାସ୍ତା ତଳକୁ ଖସିଲା ବସ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ।
ସୂଚନାନୁସାରେ, ଚଣ୍ଡିଖୋଲରୁ କେନ୍ଦ୍ରାପଡ଼ା ଅଭିମୁଖେ ଯାଉ ଥିବା ଗୌରୀ ଶଙ୍କର ବସଟି ରାସ୍ତାର ବିପରୀତ ଦିଗରେ ଯାଉ ଥିବା ବେଳେ ଏକ ବାଇକକୁ ଧକ୍କା ଦେଇଥିଲା । ଗାନ୍ଧୀଛକ ନିକଟରେ ବାଇକଟି ରାସ୍ତା ପାରି ହେଉଥିବା ସମୟରେ ବସ ସହ ଧକା ହୋଇଥିଲା । ଫଳରେ ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ପଡିଥିଲା । ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ବାଇକ ଆରୋହୀ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0