ଚିଲିକା: ରାସ୍ତାକୁ ଓହ୍ଲାଇଛି ଚିଲିକା ମସ୍ଛଜୀବୀ ମହାସଂଘ ମସ୍ଛଜୀବୀ ମାନଙ୍କର ବିଭିନ୍ନ ପ୍ରକାର ସମସ୍ୟା ଏବଂ ଦାବୀ କୁ ନେଇ ଚିଲିକା ମସ୍ଛଜୀବୀ ମହାସଂଘ ଓ ପେଶାଦାର ମସ୍ଛଜୀବୀ ମହାସଂଘ ମିଳିତ ଭାବେ ରାସ୍ତାକୁ ଓହ୍ଲାଇଛନ୍ତି । ବିଭିନ୍ନ ଦାବୀ ସମ୍ମିଳିତ ଏକ ପତ୍ର ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଚିଲିକା ତହସିଲଦାରଙ୍କୁ ଦେଇଛନ୍ତି । ଚିଲିକା ଉପରେ ନିର୍ଭର କରି ନିଜ ଜୀବିକା ନିର୍ବାହ କରୁଥିବା ମସ୍ଛଜୀବୀ ମାନେ ସର୍ବଦା ଅବହେଳିତ ଅବସ୍ଥାରେ ଅଛନ୍ତି । ଚିଲିକାର ସୁରକ୍ଷା ଏବଂ ମସ୍ଛଜୀବୀଙ୍କ ମୈ।ଳିକ ଅଧିକାର ଉପରେ ମୂଖ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି । ବିଧାନସଭାରେ ଚିଲିକା ବିଲ୍ ପାରିତ ହେଉ , ସୈରାତ ଚିହ୍ନଟ କରାଯାଇ ପ୍ରତି ମସ୍ଛଜୀବୀ ସୋସାଇଟ୍ କୁ ଲିଜ୍ ଦିଆଯାଉ , ମାଛଧରା ପାଇଁ ଚିଲିକାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ ଏଭଳି ଅନେକ ଦାବି ନେଇ ଖୋର୍ଦ୍ଧା , ଗଂଜାମ ଓ ପୁରୀ ଜିଲ୍ଲାର ସମସ୍ତ ମସ୍ଛଜୀବୀ ମାନେ ମହାସଂଘ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ଆସି ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0