ନୂଆଦିଲ୍ଲୀ: ଜାନୁଆରୀ ୨୬ ତାରିଖରେ ସାରା ଦେଶ ପାଳିବାକୁ ଯାଉଛି ଗଣତନ୍ତ୍ର ଦିବସ । ଆଉ ଏହି ଦିନ ଦିଲ୍ଲୀ ପରେଡରେ ଇତିହାସ ରଚିବେ ବିହାରୀ ଝିଅ ଭାବନା କାନ୍ତ । କାହିଁକି ନା ପ୍ରଥମ ଥର ପାଇଁ ଜଣେ ମହିଳା ଫାଇଟର ପାଇଲଟ ଭାବେ ସେ ଉଡାଇବେ ବାୟୁସେନାର ଯୁଦ୍ଧ ବିମାନ । ଭାରତୀୟ ବାୟୁସେନା ଏଥର ଗଣତନ୍ତ୍ର ଦିବସରେ ଅନେକ ଯୁଦ୍ଧ ବିମାନ ପ୍ରଦର୍ଶନ କରିବ । ତେଜସଠାରୁ ଆରମ୍ଭ କରି ରୋହିଣୀ ରାଡାର, ଆକାଶ ମିସାଇଲ ଆଉ ସୁଖୋଇ ୩୦ ଭଳି ଯୁଦ୍ଧ ବିମାନ ଆକାଶରେ ନିଜର ବୀରତ୍ୱ ଦେଖାଇବେ । ଭାରତୀୟ ବାୟୁସେନା ଏଥିପାଇଁ ଫାଇଟର ପାଇଲଟମାନଙ୍କର ଏକ ସ୍ପେଶାଲ ଟିମ ଗଠନ କରିଛି ଆଉ ଏହି ଟିମରେ ସାମିଲ ଅଛନ୍ତି ମହିଳା ପାଇଲଟ ଭାବନା କାନ୍ତ । ପ୍ରଥମ ଥର ପାଇଁ ଜଣେ ମହିଳା ଫାଇଟର ପାଇଲଟ ଭାବେ ସେ ଦିଲ୍ଲୀ ପରେଡରେ ଅଂଶଗ୍ରହଣ କରିବେ । ଭାବନା କହିଛନ୍ତି ପିଲାଟି ଦିନରୁ ପରେଡରେ ଭାଗ ନେବାକୁ ତାଙ୍କର ଇଚ୍ଛା ଥିଲା । ଏବେ ତାଙ୍କ ପାଇଁ ଏକ ମୌକା ଆସିଛି । ତାଙ୍କର ସ୍ୱପ୍ନ ସାକାର ହେବାକୁ ଯାଉଛି । ବାୟୁସେନାରେ ଅନ୍ୟ ଯୁଦ୍ଧ ବିମାନ ସହିତ ରାଫେଲ ଆଉ ସୁଖୋଇ ଯୁଦ୍ଧ ବିମାନକୁ ଉଡାଇବା ତାଙ୍କର ପସନ୍ଦ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0