ବଡ଼ଗାଁ: ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅଞ୍ଚଳରେ ବଡ଼ଭାଇକୁ ସାନଭାଇ ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅଭିଯୁକ୍ତକୁ ପୁଲିସ ଧରିଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ବଡ଼ଗାଁ ଥାନା ଟିମନା ପଞ୍ଚାୟତ ଘୁଗ୍ରୀବେର୍ନା ଗାଁର ମାନସିକ ବିକୃତ ସାନଭାଇ ସରୋଜ ଲାକ୍ରା, ବଡ଼ଭାଇ ଜର୍ଜ ଲାକ୍ରାକୁ ବିଭତ୍ସ ଭାବେ ଗତକାଲି ରାତିରେ ହତ୍ୟା କରିଛିକ୍ଷ ସରୋଜ ବଡ଼ଭାଇକୁ ଟାଙ୍ଗିଆରେ ହାଣି ଶରୀରକୁ ଖଣ୍ଡଖଣ୍ଡ କରିଥିବା ଜଣାଯାଇଛି। ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଏନେଇ ବଡ଼ଗାଁ ଥାନା ପୁଲିସ୍ ତଦନ୍ତ ଆରମ୍ଭ କରିଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0