ନୂଆଦୀଲ୍ଲି : ଦେଶରେ ଦୁଇଦିନ ହେବ ପୁଣି ବଢ଼ିଛି ସଂକ୍ରମଣ । । ଗତ ୨୪ ଘଣ୍ଟାରେ ୫୦ ହଜାର ୩୫୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଦେଶରେ ସମୁଦାୟ ୮୪ ଲକ୍ଷ ୬୨ ହଜାର ୦୮୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଦେଶରେ ୫୭୭ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ମୋଟ ମୃତୁ୍ୟ ସଂଖ୍ୟା ୧ ଲକ୍ଷ ୨୫ହଜାର ୫୬୨କୁ ବୃଦ୍ଧି ପାଇଛି । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ୫୩ ହଜାର ୯୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା କରୋନାରୁ ସମୁଦାୟ ୭୭ଲକ୍ଷ ୧୯ ହଜାର ୮୮୬ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ସକ୍ରିୟ ରହିଛନ୍ତି ୫ ଲକ୍ଷ ୧୬ ହଜାର ୬୩୨ ଜଣ



Visitors Today : 2
Total Visitors : 130212
Total Views : 9891682
Visitors Online Now : 0