ଭୁବନେଶ୍ୱର : ରାଜ୍ୟରେ ୧୪ ଶହ ଟପିଲା ମୃତ୍ୟୁ ସଂଖ୍ୟା । କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ କମୁଛି , କିନ୍ତୁ ବଢୁଛି ମୃତ୍ୟୁ । ଶନିବାର ପୁଣି କରୋନାରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୪୧୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି ।
ମୃତକଙ୍କ ମଧ୍ୟରେ କଟକ, ମୟୁରଭଞ୍ଜ, ସମ୍ବଲପୁର, ବରଗଡ ଓ ଭୁବନେଶ୍ୱରରୁ ୨ ଜଣ ଲେଖାଏଁ ରହିଛନ୍ତି । ସେହିପରି ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, କୋରାପୁଟ, କଳାହାଣ୍ଡି, କେନ୍ଦ୍ରାପଡା ଓ ଭଦ୍ରକରୁ ଜଣେ ଲେଖାଏଁ ମୃତକ ରହିଛନ୍ତି । ତେବେ କରୋନା ଜନିତ ମୃତକଙ୍କ ମଧ୍ୟରେ କେତେକ ବ୍ୟକ୍ତି ପୂର୍ବରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି ।



Visitors Today : 2
Total Visitors : 130212
Total Views : 9891682
Visitors Online Now : 0