ସୋସିଆଲ ମିଡିଆକୁ ବାଏ ବାଏ କହିଲେ ବଲିଉଡ ଅଭିନେତା ଆମୀର ଖାନ୍। ନିଜର ୫୬ତମ ଜନ୍ମଦିନର ଦିନକ ପରେ ସେ ହଠାତ୍ ଏଭଳି ଘୋଷଣା କରିଛନ୍ତି। ତାଙ୍କର ଏହି ଘୋଷଣା ତାଙ୍କ ଫଲୋଅର୍ସ ଏବଂ ପ୍ରଶଂସକଙ୍କୁ ଦୁଃଖ ଦେବା ସହ ସମସ୍ତଙ୍କୁ ଚମକାଇ ମଧ୍ୟ ଦେଇଛି। ଆମୀର ଖାନ୍ ନିଜ ଇନ୍ଷ୍ଟାଗ୍ରାମରେ ନିଜର ଶେଷ ପୋଷ୍ଟ ଶେଆର କରିଛନ୍ତି। ଆମୀର ଙ୍କ ଏହି ପୋଷ୍ଟକୁ ଦେଖିବା ପରେ ଲଗାତାର ତାଙ୍କ ପଲୋଅର୍ସମାନେ କମେଣ୍ଟ କରିବାରେ ଲାଗିଛନ୍ତି। ଏଭଳି ନିଷ୍ପତି ହଠାତ୍ ସେ କାହିଁକି ନେଲେ ବୋଲି ପ୍ରଶ୍ନ କରିଛନ୍ତି। ମାର୍ଚ୍ଚ ୧୪ ତାରିଖରେ ଆମୀର ଖାନ ନିଜ ୫୬ତମ ଜନ୍ମଦିନ ପାଳନ କରିଛନ୍ତି।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0